‘ସରକାରଙ୍କ ଉପରେ ଆଉ ଭରଷା ରହିଲା ନାହିଁ;’ ଆଶିଷ ମିଶ୍ରଙ୍କୁ ବେଲ ମିଳିବା ପରେ ଏପରି କହିଲେ ପୀଡିତଙ୍କ ପରିବାର

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଲଖିମୁପର ଖେରୀ ହିଂସା ମାମଲାରେ କେନ୍ଦ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁଅ ଆଶିଷ ମିଶ୍ରଙ୍କୁ ଜାମିନ ମିଳିଛି । ସେପଟେ ଆଶିଷ ଜାମିନ ପାଇବା ପରେ ପୀଡିତାଙ୍କ ପରିବାରର ଯନ୍ତ୍ରଣା ଏକ ଭିଡିଓ ମାଧ୍ୟମରେ ସାମ୍ନାକୁ ଆସିଛି। ଭିଡିଓରେ ପୀଡିତାଙ୍କ ପିତାମାତା କାନ୍ଦୁଥିବା ଦେଖିବାକୁ ମିଳିଛି। ତେବେ ଆଶିଷ ମିଶ୍ର ଜାମିନ ପାଇବା ପରେ ପୀଡ଼ିତାଙ୍କ ପରିବାର ଖୁସି ନାହାନ୍ତି । ହିଂସାରେ ପ୍ରାଣ ହରାଇଥିବା ଜଣେ ମୃତକଙ୍କ ମା କହିଛନ୍ତି ଯେ ଜାମିନ ପ୍ରଦାନ କରାଯିବା ଉଚିତ ନୁହେଁ। ଭିଡିଓରେ ପୀଡିତାଙ୍କ ମାଆ କହିଛନ୍ତି ଯେ ସରକାର ଆମକୁ ସମର୍ଥନ କରିବେ ନାହିଁ। ଏହା କହି ମହିଳା କାନ୍ଦିବାକୁ ଲାଗିଲେ ।

ମହିଳା କହିଛନ୍ତି ଯେ ଯଦି ସରକାର ଆମକୁ ସମର୍ଥନ କରିଥାନ୍ତେ ତେବେ ଅଭିଯୁକ୍ତଙ୍କୁ ଜାମିନ ମିଳି ନଥାନ୍ତା। ଆମର ଦାବି ହେଉଛି ଅଭିଯୁକ୍ତକୁ ଫାଶୀ ଦିଆଯାଉ। ଏଥି ସହିତ ଜଣେ ମୃତ କୃଷକଙ୍କ ପିତା କହିଛନ୍ତି, “ପୂର୍ବରୁ ମଧ୍ୟ ଏହି ସରକାରଙ୍କ ତରଫରୁ ଆମର କୌଣସି ଭରସା ନଥିଲା। ଏପରି ମାମଲାରେ ସରକାରଙ୍କୁ ଭାବିଚିନ୍ତି ନିଷ୍ପତ୍ତି ନେବା ଆବଶ୍ୟକ । ଅନ୍ୟପଟେ ଅଜୟ ମିଶ୍ର ଆଜି ପର୍ଯ୍ୟନ୍ତ ତାଙ୍କ ପଦରେ ରହିଛନ୍ତି । ଆମକୁ ନ୍ୟାୟ ମିଳିବ ବୋଲି ଆମେ ଆଶା ମଧ୍ୟ ରଖିନାହୁଁ ବୋଲି ପୀଡ଼ିତାଙ୍କ ବାପା କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜନୀତି ମଧ୍ୟ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts