ସୁର ସାମ୍ରାଜ୍ଞୀ ଲତା ମଙ୍ଗେଶକରଙ୍କ ନାମରେ ଅଯୋଧ୍ୟାରେ ହେବ ସ୍ୱତନ୍ତ୍ର ଛକ: ଯୋଗୀ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ସୁର ସମ୍ରାଜ୍ଞୀ ଲତା ମଙ୍ଗେଶକର ଦେହାନ୍ତ ହେବା ପରେ ତାଙ୍କ ନାମରେ ଅନେକ ଯୋଜନା ପ୍ରସ୍ତୁତ କରାଯାଉଛି । ଏପରିକି ତାଙ୍କ ନାମରେ ଏକ ଡ଼ାକଟିକେଟ ମଧ୍ୟ ପ୍ରଚଳନ କରାଯିବାର ପ୍ରତିଶୃତି ଦେଇଛନ୍ତି ରେଳ ମନ୍ତ୍ରୀ । ଏହା ମଧ୍ୟରେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟର ପ୍ରଚାର ଜୋରଦାର ଚାଲିଛି । ୟୁପିରେ କ୍ଷମତା ପାଇବା ପାଇଁ ରାଜନେକ÷ତିକ ଦଳମାନେ ନିଜର ସମସ୍ତ ଶକ୍ତି ପ୍ରଦର୍ଶନ କରିବାରେ ଲାଗିଛନ୍ତି । ସେପଟେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ବିଭିନ୍ନ ଦଳମାନେ ଅନେକ ଯୋଜନା ଲୋକଙ୍କ ସାମ୍ନାରେ ଉପସ୍ଥାପନ କରୁଛନ୍ତି ।

ଏସବୁ ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବଡ଼ ଘୋଷଣା କରିଥିବାର ଦେଖିବାକୁ ମିଳିଛି । ତେବେ ଲତା ମଙ୍ଗେଶକରଙ୍କ ନାମରେ ଲତା ମଙ୍ଗେଶକର ଏକାଡେମୀ ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି ଯୋଗୀ ଆଦିତ୍ୟନାଥ । ଏହା ସହ ଅଯୋଧ୍ୟାରେ ତାଙ୍କ ନାମରେ ଏକ ସ୍ୱତନ୍ତ୍ର ଛକ ତିଆରି ହେବ ବୋଲି ଯୋଗୀ ଆଦିତ୍ୟନାଥ ସ୍ପଷ୍ଟ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

Related Posts