ରାଜଧାନୀରେ ହେବ ୨ଟି ଫୁଟ୍‌ ଓଭରବ୍ରିଜ୍‌ ଓ ଗୋଟିଏ ଫ୍ଲାଇ ଓଭର: ଅପରାଜିତା ଷଡଙ୍ଗୀ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ନିର୍ମାଣ ହେବ ୨ଟି ଫୁଟ୍‌ ଓଭରବ୍ରିଜ୍‌ ଓ ଗୋଟିଏ ଫ୍ଲାଇ ଓଭର ହେବ। ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି। ଏନେଇ ତାଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ସେ ଉକ୍ତ ଟ୍ୱିଟ୍‌ ରେ ସୂଚନା ଦେଇଛନ୍ତି।

କସମୋପଲିସ୍‌ ଛକରେ ଜାତୀୟ ରାଜପଥ ଉପରେ ହେବ ଫ୍ଲାଇଓଭର ବ୍ରିଜ୍‌। ଠିକ୍‌ ସେମିତି କ୍ରାଉନ୍‌ ହୋଟେଲ ଓ ସତସଙ୍ଗ ବିହାରଠାରେ ହେବ ଫୁଟ୍‌ ଓଭରବ୍ରିଜ୍‌। କ୍ୟାପିଟାଲ ରିଜିଅନ୍‌ ରିଂରୋଡ୍‌କୁ ମଧ୍ୟ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଥିବା ଶ୍ରୀମତୀ ଷଡଙ୍ଗୀ ସୂଚନା ଦେଇଛନ୍ତି। ଖୋର୍ଦ୍ଧା ରାମେଶ୍ୱରଠାରୁ କଟକ ଟାଙ୍ଗି ପର୍ଯ୍ୟନ୍ତ ହେବ ବାଇପାସ୍‌ ରୋଡ୍‌। କ୍ୟାପିଟାଲ ରିଜିଅନ୍‌ ରିଂରୋଡ୍‌ ପାଇଁ ଖର୍ଚ୍ଚ ହେବ ୫୭୪୪ କୋଟି ଟଙ୍କା।

ପୂର୍ବରୁ ଏସବୁ ପ୍ରକଳ୍ପ ନିର୍ମାଣ କରିବା ପାଇଁ ସାଂସଦ ଅପରାଜିତା ଷଡଙ୍ଗୀ, କେନ୍ଦ୍ର ପରିବହନ ମନ୍ତ୍ରୀ ନୀତିନ ଗଡ଼କାରୀଙ୍କୁ ନିବେଦନ କରିଥିଲେ। ଆଉ ସାଂସଦ ଶ୍ରୀମତୀ ଷଡଙ୍ଗୀଙ୍କ ନିବେଦନକୁ ରକ୍ଷା କରି କେନ୍ଦ୍ର ସରକାର ମଞ୍ଜୁରୀ ପ୍ରଦାନ କରିଛନ୍ତି।

Related Posts