ୟେଦୁରପ୍ପା ରହିବେ, କର୍ଣ୍ଣାଟକ ଓ ଗୋଆ ରେ ହେବନାହିଁ ନେତୃତ୍ୱ ପରିବର୍ତ୍ତନ ; ବିଜେପି

(ସତ୍ୟପାଠ ବ୍ୟୁରେ) ଭୁବନେଶ୍ୱର : କର୍ଣ୍ଣାଟକ ବିଜେପିରେ ଗତ କିଛିଦିନ ହେବ ରାଜନୈତିକ ହଲଚଲ ଦେଖିବାକୁ ମିଳୁଛି। ଚର୍ଚ୍ଚା ହେଉଛି ଯେ ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ଇସ୍ତଫା ଦେଇ ପାରନ୍ତି। ଗତକାଲି ସନ୍ଧ୍ୟା ସୁଦ୍ଧା ବିଜେପି ହାଇକମାଣ୍ଡ ଯାହା ନିର୍ଦ୍ଦେଶ ଦେବେ ସେ ଅନୁସାରେ ନିଷ୍ପତ୍ତି ନେବେ ବୋଲି ୟେଦୁରପ୍ପା କହିଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ଚର୍ଚ୍ଚାକୁ ବାଦ୍ ଦେଇ ବିଜେପି ସଭାପତି ଜେପି ନାଡଡା କହିଛନ୍ତି ଯେ ବର୍ତ୍ତମାନ ସମୟରେ ୟେଦୁରପ୍ପା ଭଲ କାମ କରିଛନ୍ତି ଏବଂ ଜଣେ ନୂତନ ମୁଖ୍ୟମନ୍ତ୍ରୀର ଆବଶ୍ୟକତା ଦଳ ଅନୁଭବ କରୁନାହିଁ।” 

 କୌତୁହଳର ବିଷୟ ହେଉଛି , କର୍ଣ୍ଣାଟକ ସିଏମ୍‌ ବି ଏସ ୟେଦୁରପ୍ପ କିଛି ଘଣ୍ଟା ପୂର୍ବରୁ ସୂଚାଇ ଦେଇଥିଲେ ଯେ ଆଜି (ରବିବାର) – ଯେତେବେଳେ ତାଙ୍କ ସରକାର ଦୁଇ ବର୍ଷ କାର୍ଯ୍ୟ ସମାପ୍ତ କରିବେ – ଏହା ସିଏମ୍ ଭାବରେ ତାଙ୍କର ଶେଷ ଦିନ ହୋଇପାରେ । କିନ୍ତୁ ଏହି ଘୋଷଣାର କିଛି ସମୟ ପରେ ନଡ୍ଡା ୟେଦୁରପ୍ପାଙ୍କ ଗୁଣଗାନ କରିଥିଲେ। 

 ଗତ ସପ୍ତାହରେ ୟେଦୁରପ୍ପାଙ୍କ ଦିଲ୍ଲୀ ଗସ୍ତ ପରେ ତାଙ୍କ ମୁଖ୍ୟମନ୍ତ୍ରୀ ପଦ ଯିବା ନେଇ ଗୁଜବ ଜୋର ଧରିଥିଲା। ସେ ସମୟରେ ୟେଦୁରପ୍ପା କହିଥିଲେ ଯେ ଯେତେବେଳେ ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଆସିବ, ମୁଁ ସେତେବେଳେ ମୁଖ୍ୟମନ୍ତ୍ରୀ ପଦ ଛାଡି ପାର୍ଟି ପାଇଁ କାମ କରିବି।

ରାଜ୍ୟରେ ନେତୃତ୍ୱ ପରିବର୍ତ୍ତନ ନେଇ କଳ୍ପନାଜଳ୍ପନା ଚାଲିଥିବା ବେଳେ ବିଜେପି ସଭାପତି ଜେ.ପି ନଡ୍ଡା ରାଜନୀତିକ ସଙ୍କଟକୁ ଏଡ଼ାଇ କହିଛନ୍ତି ବି.ଏସ୍ ୟେଦ୍ୟୁରପ୍ପା ମୁଖ୍ୟମନ୍ତ୍ରୀ ଭାବରେ ଭଲ କାମ କରିଛନ୍ତି। 

ଯଦି ଦଳ ଆଉ କାହାକୁ ତାଙ୍କର ଉତ୍ତରାଧିକାରୀ ଭାବରେ ଘୋଷଣା କରିବ ତାହେଲେ ସେ ଆଗାମୀ ୧୦-୧୫ ବର୍ଷ ଦଳକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରିବେ ବୋଲି ୟେଦୁରପ୍ପା କହିଛନ୍ତି। ଦଳ ଯାହା ନିଷ୍ପତ୍ତି ନେବ ସେଥିରେ ସେ ସନ୍ତୁଷ୍ଟ ହେବେ ଏବଂ ଅନୁଶାସନ ସୀମା ଅତିକ୍ରମ କରିବେ ନାହିଁ ବୋଲି ୟେଦ୍ୟୁରପ୍ପା ନିକଟରେ କହିଥିଲେ।

ସେ କହିଛନ୍ତି, “ମୁଁ ଦଳର ବହୁ ପଦ ପଦବୀ ପାଇଛି, ଯାହା ବୋଧହୁଏ କର୍ଣ୍ଣାଟକର ଅନ୍ୟ କେହି ନେତା ପାଇ ନାହାଁନ୍ତି। ଯେଉଁଥିପାଇଁ ମୁଁ ପ୍ରଧାନମନ୍ତ୍ରୀ ମୋଦି, ଅମିତ ଶାହା ଏବଂ ଜେପି ନଡ୍ଡାଙ୍କୁ କୃତଜ୍ଞତା ଜଣାଉଛି।

ନାଡ୍ଡା ଗୋଆ ଗସ୍ତରେ ଥିବାବେଳେ ୟେଦୁରପ୍ପାଙ୍କୁ ନେଇ ଚାଲିଥିବା ଚର୍ଚ୍ଚା ଉପରେ ବିରାମ ଲଗାଇଥିଲେ । ଠିକ୍ କର୍ଣ୍ଣାଟକ ଭଳି ଗୋଆ ମୁଖ୍ଯମନ୍ତ୍ରୀ ପରିବର୍ତ୍ତନ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା। ତେବେ ନାଡା ସ୍ପଷ୍ଟ କରିଥିଲେ ଯେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନରେ ​​ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବରେ ଦଳ ପ୍ରମୋଦ ସାୱନ୍ତଙ୍କ ସହ ଆଗକୁ ବଢିବ ।  ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନ୍ୟ କୌଣସି ନାମ ବିଷୟରେ ଚିନ୍ତା କରିବାର ଆବଶ୍ୟକତା ନାହିଁ।

Related Posts