ଚୋରି କରିବା ବେଳେ ଧରାପଡ଼ିଲା ଚୋର

ଚୋରି କରିବା ବେଳେ ଧରାପଡ଼ିଲା ଚୋର । ଗଛରେ ବାନ୍ଧି ରାତିସାରା ନିର୍ଧୁମ ଛେଚିଲେ ଲୋକେ । ଶେଷରେ ପୋଲିସ ଆସି ଚୋରକୁ ଉଦ୍ଧାର କରିଛି । ଏମିତି ଘଟଣା ଘଟିଛି ଭଦ୍ରକ ଜିଲ୍ଲା ସଦାବ୍ରତ ଗାଁ ହରିଜନ ସାହିରେ । ଗାଁରେ ମକର ମେଳା ଅବସରରେ ଯାତ୍ରା ଚାଲିଥିବା ବେଳେ ଗାଁ ଲୋକେ ଯାତ୍ରା ଯାଇଥିବାର ସୁଯୋଗ ନେଇ 6ଜଣ ଚୋର ଗାଁକୁ ଆସିଥିଲେ । ଚୋରି କରିବା ବେଳେ ଗାଁ ଲୋକେ ଖବର ପାଇ ଗାଁକୁ ଘେରିଯାଇଥିଲେ ।

ତେବେ ପାଞ୍ଚଜଣ ଚୋର ଖସିଯାଇଥିବା ବେଳେ ଜଣକୁ ଗାଁ ଲୋକ କାବୁ କରି ନେଇଥିଲେ । ପରେ ଗଛରେ ବାନ୍ଧି ପକାଇଥିଲେ । ତେବେ ପୋଲିସ ଚୋରକୁ ଗାଁ ଲୋକଙ୍କ କବଳରୁ ଉଦ୍ଧାର କରିଛି । ଏଥିସହିତ ଚୋରମାନେ ଛାଡ଼ି ଦେଇଥିବା ବାଇକ୍‌କୁ ମଧ୍ୟ ଜବତ କରିଛି ପୋଲିସ ।

Related Posts