ମାନହାନି ମାମଲାରେ ସୁରଟ କୋର୍ଟରେ ହାଜର ହେଲେ ରାହୁଲ ଗାନ୍ଧି: କହିଲେ, ମୁଁ ଭୁଲ ସ୍ଵୀକାର କରୁ ନାହିଁ

ଚଳିତ ବର୍ଷ ଲୋକସଭା ନିର୍ବାଚନ ସମୟରେ ମୋଦି ସାଙ୍ଗିଆକୁ ନେଇ ଦେଇଥିବା ବିବାଦୀୟ ବୟାନ ରାହୁଲ ଗାନ୍ଧିଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଏହାକୁ ନେଇ ଏବେ ମାନହାନି ମାମଲାର ସାମ୍ନା କରୁଛନ୍ତି ରାହୁଲ । ଏନେଇ ଆଜି ସେ ଗୁଜରାଟର ସୁରଟର କୋର୍ଟରେ ହାଜର ହୋଇଛନ୍ତି।  ମୁଁ ଭୁଲ ସ୍ଵୀକାର କରୁ ନାହିଁ ବୋଲି କୋର୍ଟରେ କହିଛନ୍ତି ରାହୁଲ । ତେବେ ପରବର୍ତ୍ତୀ ଶୁଣାଣି ଡିସେମ୍ବର ୧୦ରେ ହେବ ।  ରାହୁଲ ଗାନ୍ଧି ଲୋକସଭା ନିର୍ବାଚନ ପ୍ରଚାର ବେଳେ କଥିତ ଭାବରେ ମୋଦି ସାଙ୍ଗିଆକୁ ନେଇ ଆପତ୍ତିଜନକ ମନ୍ତବ୍ୟ ଦେଇଥିଲେ। କର୍ଣ୍ଣାଟକର କୋଲାରରେ ଅପ୍ରେଲ ୧୩ରେ ହୋଇଥିବା ନିର୍ବାଚନୀ ସଭାରେ ରାହୁଲ  କହିଥିଲେ ନୀରବ ମୋଦି, ଲଳିତ ମୋଦି, ନରେନ୍ଦ୍ର ମୋଦି… ଏହି ସମସ୍ତଙ୍କର ସାଙ୍ଗିଆ ଏକ । କାରଣ ସମସ୍ତ ଚୋରଙ୍କର ସାଙ୍ଗିଆ ମୋଦି ହିଁ ହୋଇଥାଏ। ଏହାକୁ ନେଇ ତାଙ୍କ ବିରୋଧରେ ବିଜେପିର ସ୍ଥାନୀୟ ବିଧାୟକ ପୁର୍ଣ୍ଣେଶ ମୋଦି ଅପରାଧିକ ଏବଂ ମାନହାନି ମାମଲା ରୁଜୁ କରିଥିଲେ। ଏହାପରେ ମୁଖ୍ୟ ନ୍ୟାୟିକ ମାଜିଷ୍ଟ୍ରେଟ୍ ବିଏଚ୍ କପାଡିଆ ମଇରେ ରାହୁଲ ଗାନ୍ଧୀଙ୍କୁ ସମନ ପଠାଇଥିଲେ। ଅଦାଲତ ବିଜେପି ବିଧାୟକ ପୁର୍ଣ୍ଣେଶ ମୋଦିଙ୍କ ଦ୍ବାରା ଆଇପିସି ଦାରା ୪୯୯ ଏବଂ ୫୦୦ ଆଧାରରେ କରାଯାଇଥିବା ଅଭିଯୋଗକୁ ସ୍ଵୀକାର କରିଥିଲେ। ଏହି ଧାରା ଅପରାଧିକ ମାନହାନୀ ମାମଲା ସହ ସମ୍ବଧିତ। ରାହୁଲ ଗାନ୍ଧୀଙ୍କ ଏଭଳି ଟିପ୍ପଣୀ ସମସ୍ତ ମୋଦି ସମୁଦାୟ ପ୍ରତି ଅପମାନ ବୋଲି ଅଭିଯୋଗ କରିଥିଲେ ପୁର୍ଣ୍ଣେଶ ମୋଦି  ।

Related Posts