‘ଜ୍ଞାନେଶ୍ୱରୀ ଏକ୍ସପ୍ରେସ’ରୁ ମିଳିଲା ୪ କୋଟି ଟଙ୍କାର ସୁନା

ଆଜି ରାଜଗାଙ୍ଗପୁର- ଝାରସୁଗୁଡ଼ା ମଧ୍ୟରେ ହାୱଡ଼ାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସରୁ ୧୧କେଜି ସୁନା ଜବତ ହୋଇଛି । ଜବତ ହୋଇଥିବା ସୁନାର ମୂଲ୍ୟ ପ୍ରାୟ ୪କୋଟି ଟଙ୍କା ହେବ ବୋଲି ଜଣାପଡ଼ିଛି । ସୂଚନାନୁସାରେ, ଆଜି ହାୱଡ଼ାରୁ ମୁମ୍ବାଇ ଯାଉଥିବା ଜ୍ଞାନେଶ୍ୱରୀ ଏକ୍ସପ୍ରେସ ଟ୍ରେନରେ ବେଆଇନ ସୁନା ଚାଲାଣ ହେଉଥିବା ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ ବିଭାଗ କୈାଣସି ସୂତ୍ରରୁ ଖବର ପାଇଥିଲା । ଖବର ମୁତାବକ ବିଭାଗ ରାଜଗାଙ୍ଗପୁର- ଝାରସୁଗୁଡ଼ା ମଧ୍ୟରେ ଉକ୍ତ ଟ୍ରେନରେ ଚଢାଉ କରି ୧୧କେଜି ସୁନା ଜବତ କରିଛି । ଟ୍ରେନରୁ ୧୧୦ ଖଣ୍ଡ ସୁନା ଜବତ କଲା ସେଣ୍ଟ୍ରାଲ ଏକ୍ସାଇଜ ଓ କଷ୍ଟମ ବିଭାଗ । ଜବତ ହୋଇଥିବା ୧୧ କିଲୋ ସୁନାର ମୂଲ୍ୟ ପ୍ରାୟ ୪କୋଟି ଟଙ୍କା ହେବା ବୋଲି ଅନୁମାନ କରାଯାଉଛି । ସୁନା ଚାଲାଣ କାରବାରରେ ସମ୍ପୃକ୍ତ ୨ଜଣ ବ୍ୟକ୍ତିଙ୍କୁ ଅଟକ ରଖି ପୋଲିସ ପଚରାଉଚରା ଜାରି ରଖିଛି ।

Related Posts