ତୃତୀୟ ମହଲାର ମିଶନ: ବାବୁ ମେଧ ଯଜ୍ଞ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: 2016ରୁ 19 ମଧ୍ୟରେ ବିଜୁ ଜନତା ଦଳର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଓ ଶତ୍ରୁ ଥିଲା ବିଜେପି । କଥା କଥାକେ ବିଜେଡିକୁ ବିଶେଷ ଭାବେ ତୃତୀୟ ମହଲାର ଗ୍ୟାଙ୍ଗକୁ ଟାର୍ଗେଟ୍‌ କରିଥିଲେ ଧର୍ମେନ୍ଦ୍ର ଓ ବିଜେପି । ଖାସ୍‌ କରି ବିଜେଡିର ମୁଖ୍ୟ ଷ୍ଟ୍ରାଟେଜିଷ୍ଟ ପାଣ୍ଡିଆନଙ୍କୁ ଚାରିଆଡ଼ୁ ଘେରିବାକୁ ଚେଷ୍ଟା କରିଥିଲା ବିଜେପି । ସେଥିପାଇଁ ପାଣ୍ଡିଆନଙ୍କର ଖୁଲମଖୁଲା ଶତ୍ରୁ ପାଲଟିଥିବା ବୈଜୟନ୍ତ ପଣ୍ଡହାଙ୍କ ସହ ହାତ ବି ମିଳାଇଥିଲା ବିଜେପି । ଏପରିକି ସମାଲୋଚନା କରିବାକୁ ଯାଇ ତାମିଲ କଳା ପାହାଡ଼, ତୃତୀୟ ମହଲାର କିରାଣୀ ଆଦି ଶବ୍ଦ ବ୍ୟବହାର କରିଥିଲା ଦଳ । ବିଜେପିର କୋଶରୁ ବାଦ ପଡ଼ିନଥିଲେ ନବୀନ । ନବୀନଙ୍କୁ ଧୃତରାଷ୍ଟ୍ର ବୋଲି କହିଥିଲେ ବିଜେପି ନେତା । ଏହା ସହ ବିଜେଡିକୁ ସିବିଆଇ ଚଢ଼ାଉର ଧମକ ମଧ୍ୟ ଦିଆଯାଇଥିଲା । କିନ୍ତୁ ଏତେ ସବୁ ପରେ ବି ନିର୍ବାଚନ ପରେ ବିଜେପି ସହ ଉଭୟ ଉପରିଆ ଏବଂ ଭିତରିଆ ସମ୍ପର୍କ ସ୍ଥାପନ କରିବା ପରେ ଏବେ ତୃତୀୟ ମହଲା ପାଇଁ ବିଜେପି ଆଉ ବିପଦ ହୋଇ ରହିନାହିଁ ।
ଏବେ ତୃତୀୟ ମଲାର ନୂଆ ମିଶନ ହେଲା ବାବୁ ମେଧ ଯଜ୍ଞ । ତେଣୁ ଯେଉଁ ବାବୁମାନେ ମାନ୍ୟବର ଓ ପାଣ୍ଡିଆନଙ୍କ ବସତା ସ୍ବୀକାର କରୁନାହାନ୍ତି ସେମାନଙ୍କୁ ବାବୁ ମେଧ ଯଜ୍ଞରେ ବଳି ଦିଆଯାଉଛି ।

ଏକଥା ଏଇଥିପାଇଁ ଏବେ ଚର୍ଚ୍ଚାରେ କାରଣ ଗିରଫ ହେବା ପରେ IAS ଅଫିସର ବିଜୟ କେତନ ଉପାଧ୍ୟାୟଙ୍କ ଅଭିଯୋଗ ଅନେକ କିଛି ସ୍ପଷ୍ଟ କରିଛି । ତାଙ୍କ ଅଭିଯୋଗ ହେଲା ଯେ ତାଙ୍କୁ ଜାଣିଶୁଣି ଫସେଇ ଦିଆଯାଇଛି । ଆଉ ଏଥିପାଇଁ ସୋ ସିଧା ସିଧା ଟପ୍‌ ଲେଭଲର ଲୋକ ମୋତେ ଫସାଇଛନ୍ତି । ଉପାଧ୍ୟାୟଙ୍କ ଏଭଳି ବୟାନକୁ ନେଇ ଏବେ ଉଠିଛି ଅନେକ ପ୍ରଶ୍ନ । ଉପାଧ୍ୟାୟଙ୍କ ଅଭିଯୋଗ ଯଦି ସତ ହୋଇଥାଏ ତାହା ହେଲେ ଭାରି ସାଙ୍ଘାତିକ ।

ବିଜୟ କେତନ ଉପାଧ୍ୟଙ୍କ ଅଭିଯୋଗ ଅନୁସାରେ ସେହି ଟପ୍‌ ଲେଭଲ ଲୋକ କିଏ ?

କିଏ ସେହି ଉପରିସ୍ଥ ଅଧିକାରୀ ଯାହାଙ୍କ କଥାରେ ଭିଜିଲାନ୍ସ ତାଙ୍କୁ ଗିରଫ କଲା
ଭିଜିଲାନ୍ସ ବିଭାଗର ମୁଖ୍ୟ କିଏ ?

ପୋଲିସ ଏବଂ ଭିଜିଲାନ୍ସ ବିଭାଗର ଚୁଟି କାହା ହାତରେ ଏବେ ଅଛି ?

ଭିଜିଲାନ୍ସ ଏବଂ ପୋଲିସ ବିଭାଗ ସବୁ 5-ଟି ଅଧୀନରେ ଆସୁଥିବାରୁ ସବୁ କିଛି 5ଟି- ସଚିବ ପାଣ୍ଡିଆନଙ୍କ ଇଙ୍ଗିତରେ ହୋଇଥିବା କୁହାଯାଉଛି

ଉଦ୍ୟାନ କୃଷି ବିଭାଗର ବିଲ୍ ପାସ କରାଇ ଦେବା ପାଇଁ ବନ୍ଧୁ ବ୍ୟାଙ୍କ ମ୍ୟାନେଜରଙ୍କ ଜରିଆରେ ଆଇଏଏସ ଅଫିସର ବିଜୟ କେତନ ଏକ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲା । ବିଜୟଙ୍କ ବାଲେଶ୍ବର ସୋରରେ ଥିବା ଘର ସହ ସମ୍ପର୍କୀୟ ଓ ଶ୍ବଶୁରଙ୍କ ଘରେ ଏକକାଳୀନ ଚଢ଼ାଉ କରିଥିଲା । ଭିଜିଲାନ୍ସ ବିଭାଗ ବିଜୟଙ୍କ ଟେଲିଫୋନରେ କଥାବାର୍ତ୍ତା ରେକର୍ଡ କରିଥିବା ବେଳେ ଗିରଫ ବ୍ୟାଙ୍କ ମ୍ୟାନେଜର ମଧ୍ୟ ପୋଲିସ ନିକଟରେ ଏକଥା ସ୍ବୀକାର କରିଥିଲେ ।

Related Posts