ୟୁପିରେ ହେବ କିନ୍ନର ବିଶ୍ୱବିଦ୍ୟାଳୟ

(ସତ୍ୟପାଠ ବ୍ୟୁରୋ) କିନ୍ନର ସମାଜକୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ଭାରତୀୟ କିନ୍ନର ଶିକ୍ଷା ସେବା ଟ୍ରଷ୍ଟ ବଡ଼ ପଦକ୍ଷେପ । ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲା ଫାଜିଲନଗର ବ୍ଲକର ନକଟହା ମିଶ୍ରରେ କିନ୍ନର ପ୍ରାଥମିକ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ନିଆଯାଇଛି । ଏଠାରେ ପ୍ରଥମ ଶ୍ରେଣୀରୁ PHD ଯାଏ ଶିକ୍ଷା ଦିଆଯିବ । ଦେଓରିଆ ସାଂସଦ ଡ. ରାମପତି ରାମ ତ୍ରିପାଠୀ ବିଦ୍ଧିବଦ୍ଧ ଭାବେ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିଛନ୍ତି । ଏହି ଅବସରରେ ଜିଲ୍ଲାର ଅନେକ ଜନପ୍ରତିନିଧି ଉପସ୍ଥିତ ରହି କିନ୍ନରଙ୍କ ପାଇଁ ଏଭଳି କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ।

ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରି ସାଂସଦ କହିଛନ୍ତି, କିନ୍ନର ସମାଜକୁ ଶିକ୍ଷିତ କରିବା ଏକ ବଡ଼ କଥା । କିନ୍ନର ଏଠାରୁ ଶିକ୍ଷା ନେଇ ସମାଜକୁ ନୂତନ ଚିନ୍ତା ଦେଇ ପାରିବେ ଏବଂ ମୁଖ୍ୟଧାରା ସହିତ ଜଡ଼ିତ ରହିବେ । ଟ୍ରଷ୍ଟର ସଭାପତି ଡ. କୃଷ୍ଣମୋହନ ମିଶ୍ରଙ୍କ ଅନୁସାରେ କିନ୍ନରଙ୍କୁ ସମାଜରେ କିଛି ଲୋକ ଭୁଲ ଦୃଷ୍ଟିରେ ଦେଖିଥାନ୍ତି । ଏମାନେ ମନ ଖୁସିରେ ବଞ୍ଚିବାକୁ ଚାହିଁଥାନ୍ତି । ଏଭଳି ସ୍ଥିତିରେ ବିଶ୍ୱବିଦ୍ୟାଳୟ ସ୍ଥାପନ ହେବା ଆଗାମୀ ଦିନରେ ସମାଜ ପାଇଁ ଏକ ବଡ଼ ଉପଲବ୍ଧି ହେବ ବୋଲି ସେ କହିଛନ୍ତି ।

Related Posts