ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ସଂସଦରେ ବିଶୃଙ୍ଖଳା ସୃଷ୍ଟି କରିବା ଅଭିଯୋଗରେ ଗୁରୁବାର ଆଉ ତିନି ଜଣ ସଂସଦଙ୍କୁ ରାଜ୍ୟ ସଭାରୁ ନିଲମ୍ବିତ କରାଯାଇଛି। ନିଲମ୍ବିତ ସାଂସଦମାନଙ୍କ ମଧ୍ୟରେ ଆମ ଆଦମୀ ପାର୍ଟିର ରାଜ୍ୟ ସଭା ସଦସ୍ୟ ସୁଶୀଲ ଗୁପ୍ତା ଏବଂ ସନ୍ଦୀପ ପାଠକ ଏବଂ ଅଜିତ କୁମାର ଭୁୟାଁ ଅଛନ୍ତି। ସେମାନଙ୍କୁ ଗୋଟିଏ ସପ୍ତାହ ପାଇଁ ନିଲମ୍ବିତ କରାଯାଇଛି।ଏହି ତିନି ଜଣ ଗୃହ ଭିତରକୁ ପ୍ଲାକାର୍ଡ ନେଇ ଆସିଥିଲେ। ଗତକାଲି ଗୃହରେ ପ୍ଲାକାର୍ଡ ଆଣିବାକୁ ବାରଣ କରାଯାଇଥିଲା। ରାଜ୍ୟ ସଭା ପ୍ରକ୍ରିୟାରୁ ନିଲମ୍ବିତ ସାଂସଦଙ୍କ ସଂଖ୍ୟା ବର୍ତ୍ତମାନ ୨୩କୁ ବୃଦ୍ଧି ପାଇଛି। ସେହିପରି ଉଭୟ ଗୃହର ନିଲମ୍ବିତ ସାଂସଦଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି।