ଭାଜପା ସାଂସଦ ବରୁଣ ଗାନ୍ଧୀଙ୍କର କେନ୍ଦ୍ର ସରକାରଙ୍କୁ ପ୍ରଶ୍ନ; ଦେଶରେ ବେକାରୀ ସମସ୍ୟା ପାଇଁ ଦାୟୀ କିଏ ?

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାଜପା ନେତା ତଥା ସାଂସଦ ବରୁଣ ଗାନ୍ଧୀ ପୁଣି ଥରେ ନିଜ ଦଳର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସଂସଦରେ ସରକାର ଦେଇଥିବା ପରିସଂଖ୍ୟାନ ଦେଶରେ ବେକାରୀ ପରିସ୍ଥିତିକୁ ଦର୍ଶାଉଛି ବୋଲି ସେ ଟୁଇଟ କରିଛନ୍ତି। ଗତ ୮ ବର୍ଷ ମଧ୍ୟରେ କେନ୍ଦ୍ରୀୟ ବିଭାଗରେ ଚାକିରି ପାଇଁ ୨୨ କୋଟି ଯୁବବର୍ଗ ଆବେଦନ କରିଥିଲେ।ସେମାନଙ୍କ ମଧ୍ୟରୁ କେବଳ ୭ ଲକ୍ଷ ଚାକିରି ପାଇଛନ୍ତି। ଯେତେବେଳେ ଦେଶରେ ପ୍ରାୟ ଏକ କୋଟି ମଞ୍ଜୁରୀପ୍ରାପ୍ତ ପଦବୀ ଖାଲି ଅଛି, ସେତେବେଳେ ଏହି ପରିସ୍ଥିତି ପାଇଁ କିଏ ଦାୟୀ? ବୋଲି ସେ ସରକାରଙ୍କ ପ୍ରଶ୍ନ କରିଛନ୍ତି।

ସୂଚନା ଅନୁସାରେ ସରକାରୀ ଚାକିରି ସମ୍ବନ୍ଧରେ କେନ୍ଦ୍ର ସରକାର ଲୋକ ସଭାରେ ଏକ ରିପୋର୍ଟ ଉପସ୍ଥାପନ କରଥିଲେ। ଏହି ଆକଳନରେ କୁହାଯାଇଥିଲା ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୪ରେ କ୍ଷମତାକୁ ଆସିବା ପରଠାରୁ ମୋଟ ୭ ଲକ୍ଷ ୨୨ ହଜାର ୩୧୧ ଆବେଦନକାରୀଙ୍କୁ ବିଭିନ୍ନ ସରକାରୀ ବିଭାଗରେ ସରକାରୀ ଚାକିରି ଦିଆଯାଇଛି। ଏହି ଅବଧିରେ ଏହି ଚାକିରି ପାଇଁ ଆବେଦନକାରୀଙ୍କ ମୋଟ ସଂଖ୍ୟା ୨୨ କୋଟି ୫ ଲକ୍ଷ ୯୯ ହଜାର ୨୩୮ ଥିଲା।

Related Posts