ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ କରିଥିବା ୩ ଜଣଙ୍କୁ ଗିରଫ କରିଛି ପୁଲିସ

tripura

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବଙ୍କୁ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗରେ ୩ ଜଣଙ୍କୁ ଗିରଫ କରାଯାଇଛି । ଏନେଇ ପୁଲିସ ଗଣମାଧ୍ୟମ ନିକଟରେ ସ୍ପଷ୍ଟ କରିଛି । ତେବେ ମୁଖ୍ୟମନ୍ତ୍ରୀ ତାଙ୍କ ଘର ଶ୍ୟାମାପ୍ରସାଦ ମୁଖାର୍ଜୀ ଲେନ ନିକଟରେ ବୁଲିବାକୁ ବାହାରିଥିବା ବେଳେ କାରରେ ୩ ଜଣ ଆସ ତାଙ୍କ ସୁରକ୍ଷା ବଳୟ ଭିତରକୁ ପ୍ରବେଶ କରିଥିଲେ । ଅପରିପକ୍ଷରେ ଆକ୍ରମଣ କରିବା ସମୟରେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ସେମାନଙ୍କ ଗାଡିକୁ ଅଟକାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ । କିନ୍ତୁ ମୁଖ୍ୟମନ୍ତ୍ରୀ କାରକୁ ଦେଖି ଏକ ପାର୍ଶ୍ୱକୁ ଡେଉଁବାରେ ସଫଳ ହୋଇଥିଲେ ।

କିନ୍ତୁ ତାଙ୍କର ଜଣେ ସୁରକ୍ଷା କର୍ମୀ ସାମାନ୍ୟ ଆହତ ହୋଇଥିଲେ। ଏଥିରେ ସାମିଲ ଥିବା ତିନି ଜଣଙ୍କୁ ବିଳମ୍ବିତ ରାତିରେ କେର୍ଚୋମୁହାନି ଅଞ୍ଚଳରୁ ଗିରଫ କରାଯାଇଥିଲା ଏବଂ ଗାଡି ମଧ୍ୟ ଜବତ କରାଯାଇଛି ବୋଲି ପୋଲିସ କହିଛି। ଗିରଫ ହୋଇଥିବା ଯୁବକମାନେ ହେଲେ ସୁଭମ ସାହା, ଅମାନ ସାହା ଏବଂ ଗୋଇରିକ ଘୋଷ ବୋଲି ଜଣାପଡିଛି । ଏହା ସହ ସେମାନଙ୍କ ବିରୋଧରେ ହତ୍ୟା ଉଦ୍ୟମ ମାମଲା ଦାୟର କରାଯାଇଛି ।

କେବଳ ଏତିକି ନୁହେଁ ବରଂ ଏହି ତିନି ଜଣଙ୍କୁ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ ପିପି ପାଲଙ୍କ କୋର୍ଟରେ ମଧ୍ୟ ହାଜର କରାଯାଇଥିଲା । ଅନ୍ୟପଟେ ପଚରା ଉଚରା ପାଇଁ ସେମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ପୁଲିସ ଦାବି କରୁଛି କିନ୍ତୁ କୋର୍ଟ ସେମାନଙ୍କୁ ଅଗଷ୍ଟ ୧୯ ପର‌୍ୟ୍ୟନ୍ତ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି। ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା କର୍ଡନ ଦେଇ ଗାଡି ଚଳାଇବା ପଛରେ ସେମାନଙ୍କର ଉଦ୍ଦେଶ୍ୟ ଜାଣିବା ପାଇଁ ପୋଲିସ ସେମାନଙ୍କୁ ଜେଲରେ ପଚରାଉଚରା କରିବ ବୋଲି ସୂଚନା ମିଳିଛି ।

Related Posts