ଟୋକିଓ ଅଲମ୍ପିକ: ଜାଭେଲିନ୍ ଥ୍ରୋରେ ମୁହାଁ ମୁହିଁ ହେବେ ଭାରତ-ପାକିସ୍ତାନ

india

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଟୋକିଓ ଅଲିମ୍ପିକ୍ସରେ ଆଜି ଜାଭେଲିନ୍ ଥ୍ରୋରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏକ ବଡ଼ ମ୍ୟାଚ୍ ହେବାକୁ ଯାଉଛି । ତେବେ ଜାଭେଲିନ୍ ଥ୍ରୋ ରେ ଭାରତରୁ ନୀରଜ ଚୋପ୍ରା ଥିବାବେଳେ ପାକିସ୍ତାନରୁ ଆର୍ଶାଦ ନାଡିମ ଅଛନ୍ତି । ଏଭଳି ପରିସ୍ଥିତିରେ ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ହେବ ଏବଂ ସମସ୍ତେ ଏହାକୁ ଅପେକ୍ଷା କରିଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ଉଭୟ ଆଥଲେଟ୍ ଚମତ୍କାର ପ୍ରଦର୍ଶନ କରିଥିଲେ। ଅପରିପକ୍ଷରେ ଆଜି ଉଭୟ ଖେଳାଳି ପଦକ ଜତିବା ପାଇଁ ମଇଦାନକୁ ଓହ୍ଲାଇବେ ।

ଅନ୍ୟପଟେ ଯୋଗ୍ୟତା ପର୍ଯ୍ୟାୟ ସମୟରେ, ନୀରଜ ଚୋପ୍ରା ନିଜର ପ୍ରଥମ ପ୍ରୟାସରେ ୮୩.୫୦ ମିଟର ସୀମାକୁ ପାର କରି ୮୬.୬୫ ମିଟର ପର୍ଯ୍ୟନ୍ତ ପିଙ୍ଗି ଚମତ୍କାର ପ୍ରଦର୍ଶନ କରିଥିଲେ ଏବଂ ଏକ ବ୍ୟାଙ୍ଗ ସହିତ ଫାଇନାଲରେ ପ୍ରବେଶ କରିଥିଲେ । ସେ ଗ୍ରୁପ୍ ଏରେ ଶୀର୍ଷରେ ରହିଛନ୍ତି । ସେହି ସମୟରେ ସେ ୨୦୧୭ ବିଶ୍ୱ ଚାମ୍ପିଅନ୍ ଜର୍ମାନୀର ଜୋହାନ୍ସ ଭେଟର୍ଙ୍କୁ ଅତିକ୍ରମ କରିଥିଲେ । ଏହା ସହ ଇଣ୍ଡୋନେସିଆରେ ୨୦୧୮ ଏସିଆନ୍ ଗେମ୍ସ ସମୟରେ ନୀରଜ ସ୍ୱର୍ଣ୍ଣ ଏବଂ ଆର୍ଶାଦ ବ୍ରୋଞ୍ଜ ପଦକ ଜିତିଥିଲେ । ଅନ୍ୟପଟେ ପାକିସ୍ତାନର ଆର୍ଶାଦ ନାଡିମ ୮୫.୧୬ ମିଟର ଫିଙ୍ଗି ଫାଇନାଲରେ ପ୍ରବେଶ କରିଛନ୍ତି।

ସେ ଗ୍ରୁପ୍ ବିରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ । ତେବେ ଆଜି ୨୩ ବର୍ଷିୟ ନୀରଜଙ୍କର ଆଜି ଇତିହାସ ସୃଷ୍ଟି କରିବାର ଏକ ସୁଯୋଗ ଅଛି । କାହିଁକି ନା ଆଜି ପର୍ଯ୍ୟନ୍ତ କୌଣସି ଭାରତୀୟ ଆଥଲେଟ୍ ଟ୍ରାକ୍ ଏବଂ ଫିଲ୍ଡ ଇଭେଣ୍ଟରେ ପଦକ ଜିତିବାରେ ସକ୍ଷମ ହୋଇ ନାହାଁନ୍ତି। ଯଦି ନୀରଜ ଆଜି ପଦକ ଜିତନ୍ତି ତାହାଲେ ସେ ପ୍ରଥମ ଭାରତୀୟ ଭାବରେ ପରିଗଣିତ ହେବେ । ଗତ ବର୍ଷ ଦକ୍ଷିଣ ଆଫ୍ରିକାରେ ସେଣ୍ଟ୍ରାଲ୍ ନର୍ଥ ଇଷ୍ଟ ମିଟିଂ ଆଥଲେଟିକ୍ସ ଚାମ୍ପିଅନସିପରେ ୮୭.୮୬ ମିଟର ପକାଇ ସେ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଥିଲେ। ଚଳିତ ବର୍ଷ ନୀରଜ ଚୋପ୍ରା ବହୁତ ଭଲ ପ୍ରଦର୍ଶନ କରିଛନ୍ତି। ଆନ୍ତର୍ଜାତୀୟ ପ୍ରତିଯୋଗିତାରେ ମଧ୍ୟ ସେ କ୍ରମାଗତ ଭାବରେ ଭଲ ପ୍ରଦର୍ଶନ କରୁଛନ୍ତି ।

Related Posts