ଏସସିବିକୁ ଡେଇଁଲା ଟିକଟକ୍ ଜ୍ୱର !

ସତ୍ୟପାଠ ବ୍ୟୁରୋ : ମାଲକାନଗିରିରେ ଟିକଟାକ ଭିଡିଓ ପୋଷ୍ଟ କରି ତିନି ଜଣ ନର୍ସ ଫସିବା ପରେ ଏବେ ଯେମିତି ସାମ୍ନାକୁ ଆହୁରି ଭିଡିଓ ଆସୁଛି । ପ୍ରତିଥର ଗୋଟିଏ ଘଟଣା ଘଟିବା ପରେ ଏହାର ଫଲୋଅପ୍ ଭଳି କିଛି କଥା ବାହାରି ଥାଏ । ଠିକ୍ ସେମିତି ମାଲକାନଗିରି ପରେ ଏବେ କଟକ ଏସସିବିର ଦୁଇ ସହାୟିକାଙ୍କ ଟିକଟକ ଭିଡିଓ ଘୁରି ବୁଲୁଛି ।

ଏସସିବି ମେଡିକାଲ ଭିତରେ ସୁଟ ହୋଇଛି ଭାଇରାଲ ହୋଇଥିବା ଭିଡିଓ ଗୁଡିକ । ଏସସିବିର ଅର୍ଥପେଡିକ୍ ନିରାଶ୍ରୟ ରୋଗୀ ୱାର୍ଡ ଓ ଜରୁରୀକାଳୀନ ବିଭାଗରେ କାର୍ଯ୍ୟରତ ସହାୟିକା ମାନେ ଭିଡିଓ ପ୍ରସ୍ତୁତ କରି ପୋଷ୍ଟ କରିଛନ୍ତି । ତେବେ ଏଥିରେ ଥିବା ଜଣେ ସହାୟିକାଙ୍କ ପ୍ରତିକ୍ରିୟା ହସ୍ତଗତ ହୋଇଛି । କିଛିମାସ ତଳେ ଏହି ଭିଡିଓ ସୁଟ ହୋଇ ପୋଷ୍ଟ ହୋଇଥିବା କହିଛନ୍ତି ସହାୟିକା ପାର୍ବତୀ ସାମଲ ।

Related Posts