ରାଜସ୍ଥାନ ଜୈସଲମେର ଜିଲ୍ଲାର ୬୫ତମ ଜିଲ୍ଲାପାଳ ଭାବେ ଦାୟିତ୍ୱ ଗ୍ରହଣ କଲେ ଟିନା ଡାବି

ଜୟପୁର: ରାଜସ୍ଥାନ ଜୈସଲମେର ଜିଲ୍ଲାର ନୂଆ ଜିଲ୍ଲାପାଳ (କଲେକ୍ଟର) ଭାବେ ଦାୟିତ୍ଵ ଗ୍ରହଣ କଲେ ଆଇଏଏସ ଅଧିକାରୀ ଟିନା ଡାବି। ୬୫ତମ ଜିଲ୍ଲାପାଳ ଭାବେ ସେ ବୁଧବାର ଦିନ ଦାୟିତ୍ୱ ଗ୍ରହଣ କରିଛନ୍ତି। ଚର୍ଚ୍ଚିତ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ସୋସିଆଲ ମିଡିଆରେ ଜିଲ୍ଲାପାଳ ଭାବେ କାର୍ଯ୍ୟାଳୟରେ ନିଜର ପ୍ରଥମ ଦିନର ଫଟୋ ସେୟାର କରିଛନ୍ତି ଟିନା।

ୟୁନିୟନ ପବ୍ଲିକ ସର୍ଭିସ କମିଶନ (ୟୁପିଏସସି) ପରୀକ୍ଷାରେ ଶୀର୍ଷରେ ଥିବା ପ୍ରଥମ ଅନୁସୂଚିତ ଜାତି (ଏସସି) ମହିଳା ଡାବି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଜୈସଲମେର କଲେକ୍ଟର ଭାବରେ କାର୍ଯ୍ୟକାଳର ପ୍ରଥମ ଦିନର ଚିତ୍ର ସହିତ ଏକ ପୋଷ୍ଟ ରଖଛନ୍ତି।

ଚଳିତ ବର୍ଷ ପ୍ରାରମ୍ଭରେ ଡାବି କଶ୍ମୀରରେ ଅବସ୍ଥାପିତ ୨୦୧୫ ବ୍ୟାଚର ଆଇଏଏସ ଅଧିକାରୀ ଡକ୍ଟର ଅଥର ଅମୀର ଖାନଙ୍କ ଠାରୁ ଛାଡପତ୍ର ପରେ ଜୟପୁରରେ ଏକ ବ୍ୟକ୍ତିଗତ ସମାରୋହରେ ୨୦୧୩ ବ୍ୟାଚର ଆଇଏଏସ ଅଧିକାରୀ ଡକ୍ଟର ପ୍ରଦୀପ ଗାୱାଣ୍ଡେଙ୍କୁ ବିବାହ କରିଥିଲେ। ଏପ୍ରିଲ ୨୨ରେ ଜୟପୁର ପ୍ଲୁସ୍‌ ହୋଟେଲରେ ଡାବି ଏବଂ ଗାୱାଣ୍ଡେ ଏକ ବିବାହ ଭୋଜି ପ୍ରଦାନ କରିଥିଲେ।

ଉଭୟ ଡାବି ଏବଂ ଗାୱାଣ୍ଡେ ଜୟପୁରରେ ଅବସ୍ଥାପିତ ହୋଇଥିଲେ। ଟିନା ରାଜସ୍ଥାନ ସରକାରଙ୍କ ଅର୍ଥ ବିଭାଗରେ ଯୁଗ୍ମ ସଚିବ ଭାବରେ କାର୍ଯ୍ୟ କରୁଥିବାବେଳେ, ପ୍ରଦୀପଙ୍କୁ ଜୟପୁରର ପ୍ରତ୍ନତତ୍ତ୍ୱ ଏବଂ ସଂଗ୍ରହାଳୟର ନିର୍ଦ୍ଦେଶକ ଭାବରେ ଅବସ୍ଥାପିତ କରାଯାଇଥିଲା।

Related Posts