ସିନ୍ଦୁର ଲଗାଇ ଭାରତୀୟ ସଂସ୍କୃତିକୁ ଲଜ୍ଜିତ କରିଛନ୍ତି ଟିଏମସି ସାସଂଦ ନୁସରତ : ଦିଲୀପ ଘୋଷ

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର : ତୃଣମୂଳ କଂଗ୍ରେସ ସାଂସଦ ନୁସରତ ଜହାଁଙ୍କୁ ନେଇ ବିବାଦ ବଢିବାରେ ଲାଗିଛି । ନିଜ ବିବାହକୁ ନେଇ ସେ ଏବେ ସମାଲୋଚନାର ଶିକାର ହୋଇଛନ୍ତି । ନୁସରତ ଭାରତୀୟ ସଂସ୍କୃତିକୁ ଲଜ୍ଜିତ କରିଥିବା ଅଭିଯୋଗ କରିଛନ୍ତି ବେଙ୍ଗଲ ବିଜେପି ସଭାପତି ଦିଲୀପ ଘୋଷ । ଦିଲୀପ ଘୋଷ କହିଛନ୍ତି, ନୁସରତ ଜହାଁ ଜଣେ ମହିଳା ସାଂସଦ । ସେ ଜଣେ ବ୍ୟକ୍ତିଙ୍କୁ ବିବାହ କରିଥିଲେ ,ତାଙ୍କୁ ସ୍ବାମୀ ରୂପରେ ସମ୍ବୋଧିତ କରିଥିଲେ । ସିନ୍ଦୁର ମଧ୍ୟ ଲଗାଇଥିଲେ । ବିବାହ ରିସେପସନ ଭୋଜିରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ନିମନ୍ତ୍ରଣ ଦେଇଥିଲେ । ହେଲେ ଏବେ ବିବାହିତ ନୁହନ୍ତି ବୋଲି କହି ସେ ଭାରତୀୟ ସଂସ୍କୃତିକୁ ଲଜ୍ଜିତ କରିଛନ୍ତି ଦିଲୀପ ଘୋଷ ଅଭିଯୋଗ କରିଛନ୍ତି । ଟିଏମସି ସାଂସଦ ନୁସରତ ଜହାଁଙ୍କୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି । ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଲୋକସଭା ବାଚସ୍ପତିଙ୍କ ନିକଟରେ ବିଜେପି ଅଭିଯୋଗ କରିଛି । ଦିଲ୍ଲୀପ ଘୋଷ ଦାବି କରିଛନ୍ତି ଯେ ଟିଏମସି ତାଙ୍କୁ ଦଳରୁ ବହିଷ୍କାର କରୁ। ଅନ୍ୟପକ୍ଷେ ଟିଏମସି ଏହି ପ୍ରସଙ୍ଗକୁ ରାଜନୀତିକରଣ କରାଯାଉଥିବା ଅଭିଯୋଗ କରିଛି । ଏପଟେ ନୁସରତ ବୈବାହିକ ଜୀବନ ବିଷୟରେ ଲୁଚାଇ ସଂସଦରେ ମିଥ୍ୟା ସତ୍ୟପାଠ ଦେଇଥିବା ଅଭିଯୋଗରେ ତାଙ୍କ ସାଂସଦପଦ ରଦ୍ଦ କରିବାକୁ ଭାରତୀୟ ଜନତା ପାର୍ଟି ଦାବି କରିଛି । ବିଜେପି ସାଂସଦ ସଂଘମିତ୍ରା ମୋୖର୍ଯ୍ୟ ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କୁ ଏକ ଚିଠି ଲେଖି ନୁସରତ ଜାହାଁଙ୍କ ବିରୋଧରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ଲୋକସଭାରେ ଶପଥ ଗ୍ରହଣ ସମୟରେ ନୁସରତ ଜାହାଁ ନିଜକୁ ବିବାହିତ କହିଥିବାବେଳେ ନିକଟରେ ସେ କହିଥିଲେ ଯେ ତାଙ୍କ ବିବାହ ଭାରତୀୟ ଆଇନ ଅନୁଯାୟୀ ବୈଧ ନୁହେଁ ଏବଂ ସେ କେବଳ ଲିଭ-ଇନ୍‌ ସମ୍ପର୍କରେ ଥିଲେ।

Related Posts