ବିଧାନସଭାରେ କୋଶଳୀ ଭାଷାରେ ବିବୃତି ରଖିବାକୁ ସୁଯୋଗ ଦିଆଯାଉ: ନରସିଂହ

ଭୁବନେଶ୍ୱର (ସତ୍ୟପାଠ ବ୍ୟୁରୋ): ଶୀତ ଅଧିବେଶନ ପୂର୍ବରୁ ବାଚସ୍ପତି ପ୍ରମିଳା ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ସର୍ବଦଳୀୟ ବୈଠକ। ଏଥିରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କୋଶଳୀ ଭାଷାରେ ଗୃହରେ ମତ ରଖିବା ଲାଗି ସୁଯୋଗ ଦେବାକୁ ପ୍ରସ୍ତାବ ଦେଇଥିଲେ। ଏଣିକି କୋଶଳୀ ଭାଷାରେ ଗୃହରେ କହିବାକୁ ସୁଯୋଗ ଦିଆଯାଉ ବୋଲି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା।

ଏପଟେ ଏନେଇ ବୈଠକରେ ସରକାରୀ ଦଳ ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି କହିଥିଲେ ଯେ, ବିଧାନସଭା ଅନୁମୋଦନ ପାଇଥିବା ଭାଷାରେ ଜଣେ ସଦସ୍ୟ କହିପାରିବେ, ଏହା ନିୟମରେ ଅଛି ବୋଲି ସେ କହିଛନ୍ତି। ତେବେ ବାଚସ୍ପତି କହିଥିଲେ ଯେ, କୋଶଳୀ ଭାଷା ପାଇଁ କ୍ଷୀପ୍ର ଲେଖକ ବା ରିପୋର୍ଟର ନଥିବାରୁ ଏହି ଅଧିବେଶନରେ ଏହାକୁ ଲାଗୁ କରିବା ସମ୍ଭବ ନୁହେଁ। ଆଗାମୀ ଦିନରେ ଏନେଇ ବ୍ୟବସ୍ଥା କରାଯିବ। କାରଣ ସଦସ୍ୟମାନଙ୍କ ବିବୃତି ଯଦି ରେକର୍ଡ ନ ହୁଏ ତାହାଲେ ଫଳପ୍ରଦ ହେବନି ବୋଲି ବାଚସ୍ପତି କହିଥିଲେ।

Related Posts