ଆଜି ଅନ୍ତର୍ଜାତୀୟ ମହିଳା ଦିବସ

ଆଜି ଅନ୍ତର୍ଜାତୀୟ ମହିଳା ଦିବସ । ମହିଳାମାନଙ୍କର ସାମାଜିକ, ଅର୍ଥନୈତିକ, ସାଂସ୍କୃତିକ ଓ ରାଜନୈତିକ ଉପଲବ୍‌ଧିକୁ ପାଳନ କରିବା ଲାଗି ପ୍ରତିବର୍ଷ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ କରାଯାଇଥାଏ । ସମାଜରୁ ଲିଙ୍ଗଗତ ଭେଦଭାବ ଦୂର ଲାଗି ମଧ୍ୟ ଏହା ମାଧ୍ୟମରେ ସଚେତନତା ସୃଷ୍ଟି କରାଯାଏ । ପୁରାତନ କାଳରୁ ହିଁ ନାରୀ କରୁଣା, କ୍ଷମତା ଏବଂ ପ୍ରେମର ମୂର୍ତ୍ତି ଓ ପରମ୍ପରାର ସଂରକ୍ଷକ ରୂପରେ ପରିଚିତ । ସେ ଆଦ୍ୟା ଚିରନ୍ତିନୀ, ସେ ବରେଣ୍ୟା ବନ୍ଦିତା । ସଂସାରର ପାଳନକର୍ତ୍ତୀ, ମାତା, ଧାତ୍ରୀ, ଭଗିନୀ, ଦୁହିତା, ଜନନୀ, ସର୍ବକ୍ଷେତ୍ରେ ସ୍ଥିତି ତାର ଅନିନ୍ଦିତା । ନାରୀ ଶୋଭାର ଭଣ୍ଡାର, ନାରୀ ଅଟେ ପୁରୁଷର ମାନ । ନାରୀ ପୁଣି ଅଟେ ସମସ୍ତ ଜଗତର ସମଷ୍ଟି । ନୁହେଁ ସେ ଦୁର୍ବଳା, ନୁହେଁ ସେ ଧୈର୍ଯ୍ୟହରା | ତେବେ କିନ୍ତୁ ଆଜିର ସମାଜରେ ନାରୀ ସବୁବେଳେ ନିର୍ଯ୍ୟାତିତ ହୋଇ ବଞ୍ଚୁଛି | ନେତ୍ରୀଙ୍କୁ ପ୍ରତି ମୁହୁର୍ତରେ ପରୀକ୍ଷା ଦେବାକୁ ପଡୁଛି | ତେବେ ନାରୀର ସାର୍ମାନ ଓ ନାରୀର ସୁରକ୍ଷା ଓ ନାରୀର ସ୍ୱାଭିମାନ ସର୍ବଦା ଉଚରେ ରହିବ ଉଚିତ |

ତେବେ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳାରେ ମହିଳାଙ୍କୁ ଶୁଭେଚ୍ଛା ଜଣାଇଲେ ଶିଳ୍ପୀ । ୮ ଟନ ବାଲିରେ ୮ ଫୁଟ ଉଚ୍ଚ ଓ ୨୦ ଫୁଟ ଓସାରର ବାଲୁକା କଳା ତିଆରି କରିଛନ୍ତି ୮ ଜଣ ଛାତ୍ରୀ । ଏହି ଛାତ୍ରୀ ମାନେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା ଅନୁଷ୍ଠାନରେ ଶିକ୍ଷା ଗ୍ରହଣ କରୁଛନ୍ତି ।

ଅନ୍ୟପଟେ, ବାଲୁକା ଶିଳ୍ପୀ ମାନସ କୁମାର ସାହୁ ଅନ୍ତର୍ଜାତୀୟ ମହିଳା ଦିବସ ଉପଲକ୍ଷେ ପୁରୀ ବେଳାଭୂମି ରେ ମହିଳା ମାନଙ୍କୁ ସମ୍ମାନ ଜଣାଇ ବାଲୁକା ମୂର୍ତ୍ତି ନିର୍ମାଣ କରିଛନ୍ତି । ଏ ବର୍ଷ ର ଥିମକୁ ଆଧାର କରି ପୁରୀର ଲାଇଟ ହାଉସ ନିକଟସ୍ଥ ବେଳାଭୂମିରେ ବାଲୁକା କଳା ନିର୍ମାଣ କରିଛନ୍ତି ଏଥିରେ ସେ ନାରୀ ମାନଙ୍କୁ ସମ୍ମାନ ଜଣାଇବା ସହିତ ପୁରୁଷ ଏବଂ ନାରୀ ମାନଙ୍କ ମଧ୍ୟରେ ପକ୍ଷପାତ ନ କରି ସମ ଦୃଷ୍ଟିରେ ଦେଖିବା ସହିତ ନାରୀମାନଙ୍କର ସମାଜରେ ସମାନ ଅଧିକାର ଥିବାର ବାର୍ତ୍ତା ଦେଇଛନ୍ତି । ଏହି ବାଲୁକା କଳାଟି ୧୫ ଫୁଟ ଓସାର ବିଶିଷ୍ଟ ଏବଂ ଏଥିରେ ୧୫ ଟନ ବାଲି ବ୍ୟବହାର କରାଯାଇଛି । ଏହି ବାଲୁକା କଳାକୁ ନିର୍ମାଣ କରିବାକୁ ମାନସ ସାହୁଙ୍କୁ ୭ ଘଣ୍ଟା ସମୟ ଲାଗିଥିଲା । ଏଥିରେ ସେ “Break The Bias” ର ବାର୍ତ୍ତା ଦେଇଛନ୍ତି ।

Related Posts