ଆଜି ଭାରତ-ଜିମ୍ବାଓ୍ବେ ଅନ୍ତିମ ଦିନିକିଆ, ମ୍ୟାଚ୍ ଜିତି ସିରିଜ୍‌ କ୍ଲିନ୍‌ ସୁଇପ୍‌ ଲକ୍ଷ୍ୟରେ ଭାରତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଜିମ୍ବାଓ୍ବେ ବିପକ୍ଷ ୩ ମ୍ୟାଚ୍‌ବିଶିଷ୍ଟ ଦିନିକିଆ ସିରିଜ୍‌ର ଅନ୍ତିମ ମୁକାବିଲା ଆଜି ଖେଳାଯିବ। ପୂର୍ବ ଦୁଇଟି ମୁକାବିଲା ଜିତି ସାରିଥିବା ଭାରତ ଏହି ମୁକାବିଲା ଜିତି ସିରିଜ୍‌ କ୍ଲିନ୍‌ ସୁଇପ୍‌ କରିବାକୁ ପ୍ରୟାସ କରିବ। ଉଭୟ ଦଳର ଫର୍ମକୁ ଦେଖିଲେ ଭାରତ ସିରିଜ୍‌ କ୍ଲିନ୍‌ ସୁଇପ୍‌ ନିମନ୍ତେ ଫେବରାଇଟ୍‌ ବୋଲି ଆପାତତଃ କୁହାଯାଇପାରେ। ଭାରତ ଆଗୁଆ ସିରିଜ୍‌ ଜିତିସାରିଥିବା ବେଳେ ଏହି ମ୍ୟାଚ୍‌ରେ ଦଳ ମଧ୍ୟରେ ଅଧିକ ପରୀକ୍ଷା ନିରୀକ୍ଷା ଦେଖିବାକୁ ମିଳିପାରେ।ଦୁଇଟିଯାକ ମ୍ୟାଚ୍‌ରେ ଜିମ୍ବାଓ୍ବେର ବ୍ୟାଟିଂ ବିଫଳ ହୋଇଥିବା ବେଳେ ବ୍ୟାଟ୍ସମ୍ୟାନ୍‌ମାନେ ନିଜ ତ୍ରୁଟି ସୁଧାରିବାକୁ ପ୍ରୟାସ କରିବେ। ଓପ୍‌ନିଂରେ ବିଫଳ ହୋଇଥିଲେ ହେଁ କେ.ଏଲ୍‌. ରାହୁଲ ଆଉଥରେ ବ୍ୟାଟିଂ ଓପନ୍‌ କରିପାରନ୍ତି।

ଦ୍ୱିତୀୟ ମ୍ୟାଚ୍‌ର ବିଫଳତାକୁ ପଛରେ ପକାଇ ଇଶାନ କିଶନ ଏକ ବଡ଼ ସ୍କୋର କରିବାକୁ ପ୍ରୟାସ କରିବେ। ଏପରିକି ବୋଲିଂରେ ଭାରତ କୁଲଦୀପ ଯାଦବଙ୍କୁ ବାଦ୍‌ ଦେଇ ଉଭୟ ଦୀପକ ଚହର ଓ ଶାର୍ଦ୍ଦୂଳ ଠାକୁରଙ୍କୁ ଖେଳାଇପାରେ। ଦୀପକ ହୁଦା ଦ୍ୱିତୀୟ ସ୍ପିନର ଭାବେ ବୋଲିଂ କରିପାରନ୍ତି। ମ୍ୟାଚ୍‌ ମଧ୍ୟାହ୍ନ ୧୨.୪୫ରେ ଆରମ୍ଭ ହେବ।

Related Posts