ଆଜି ପହିଲି ରଜ: ସଜବାଜ ସାଙ୍ଗକୁ ଜମୁଛି ପିଠା ପଣାର ଆସରା

ଭୁବନେଶ୍ୱର : ଆଜି ପହିଲି ରଜ । ପ୍ରତିବର୍ଷ ଜ୍ୟେଷ୍ଠ ମାସରେ ପାଳନ ହୁଏ। ଦୀର୍ଘ ୩ ଦିନ ଧରି ଚାଲେ ରଜ ମହୋତ୍ସବ । ପ୍ରଥମରେ ପହିଲି ରଜ, ୨ୟରେ ରଜ ସଂକ୍ରାନ୍ତି ଏବଂ ତୃତୀୟରେ ଭୂମିଦହନ । ତେବେ ଏହି ୩ ଦିନ ମାତା ବସୁଧା ରଜସ୍ୱଳା ହୋଇଥିବାରୁ କୃଷ୍ଟି ତଥା ଚାଷ କାମ ବାରଣ କରାଯାଇଥାଏ ।

ସେଥିପାଇଁ ଧରିତ୍ରୀକୁ ବିଶ୍ରାମ ଦେବା ପାଇଁ କୁମାରୀ ଝିଅ ତଥା ବୋହୁମାନେ କିଛି କାମ କରିନଥାଆନ୍ତି । ପରମ୍ପରା ମୁତାବକ ସଜବାଜରେ ହିଁ ଘରର ସମସ୍ତ କାମ ସାରିବାକୁ ପଡିଥାଏ । ଅର୍ଥାତ ପିଠା ପଣା ସବୁ ସଜବାଜରୁ ହିଁ ହୋଇଥାଏ । ଏଥିପାଇଁ କୁମାରୀମାନେ ୩ଦିନ ରଜ ଉତ୍ସବକୁ ବେଶ୍ ଧୂମାଧାମରେ ପାଳିଥାନ୍ତି । ନୂଆ ଡ୍ରେସ୍ ପିନ୍ଧି ସଜବାଜ ହୋଇ ପିଠା ପଣା ଖାଇବା ସହ ଦୋଳି ଖେଳିବାର ମଜା ନେଇଥାନ୍ତି ।

ବରଷକେ ଥରେ ରଜ ପାଳିବାକୁ ସତେ ଯେପରି ଅନାଇ ରହିଥାନ୍ତି ସଭିଏଁ । କେବଳ ସେତିକି ନୁହେଁ ପାନ ଖାଇ ମାତିଯାଆନ୍ତି ବିଭିନ୍ନ ଖେଳକୁଦରେ । ତେବେ ଏଥର ମଧ୍ୟ ପୂର୍ବଭଳି ରଜ ପର୍ବରେ ପଡିଛି କରୋନା ଛାଟ । କରୋନାର କଟକଣା କୋହଳ ପରେ ଦୁଇ ବର୍ଷ ପରେ ଲୋକେ ଏଥର ରଜ ଉତ୍ସବକୁ ଧୂମଧାମରେ ପାଳିବେ ।

ସେପଟେ ରଜ ରେ ବିଶେଷ କରି ପୋଡ଼ ପିଠା ର ଆସରା ସବୁଠି ଜମି ଥାଏ ।

Related Posts