ଟୋକିଓ ଅଲିମ୍ପିକ୍ସ : ୫୭ କେଜି ବର୍ଗ ପୁରୁଷ କୁସ୍ତିରେ ରୌପ୍ୟ ପଦକ ଜିତିଲେ ରବି ଦାହିୟା

(ସତ୍ଯପାଠ ବ୍ୟୁରୋ) ଭୁବନେଶ୍ୱର :  ଟୋକିଓ ଅଲିମ୍ପିକ୍ସରେ ଭାରତକୁ ମିଳିଛି ଆଉ ଏକ ପଦକ । ରବି କୁମାର ଦହିୟା ପୁରୁଷଙ୍କ ୫୭ କେଜି ଫ୍ରିଷ୍ଟାଇଲ୍ ରେସଲିଂ ଫାଇନାଲରେ ଫାଇନାଲରେ ରୁଷିଆନ୍ ଅଲିମ୍ପିକ୍ କମିଟି (ଆରଓସି)ର ଜଭୁର୍ ଉଗୁଏଭଙ୍କ ନିକଟରୁ ହାରି ରୌପ୍ୟ ପଦକ ହାସଲ କରିଛନ୍ତି। ସେ ଉଗୁଏଭଙ୍କ ଠାରୁ ୪-୭ ପଏଣ୍ଟରେ ପରାସ୍ତ ହୋଇଛନ୍ତି। 

ଏହି ପରାଜୟ ସହ ଚଳିତ ଅଲିମ୍ପିକ୍ସରେ ଭାରତର ସ୍ୱର୍ଣ୍ଣ ପଦକ ଆଶା ପୁଣିଥରେ ଧୂଳିସାତ୍ ହୋଇ ଯାଇଛି। ଚଳିତ ଅଲିମ୍ପିକ୍ସରେ ରେସଲିଂରେ ଭାରତକୁ ପ୍ରଥମ ପଦକ ଦେଇଛନ୍ତି ରବି କୁମାର ଦହିୟା। ୨୦୧୨ ପରେ ଭାରତକୁ ପୁରୁଷ ରେସଲିଂ ବର୍ଗରେ ପଦକ ଦେଇଛନ୍ତି ରବି କୁମାର । 

୨୦୧୨ ଲଣ୍ଡନ ଗେମ୍ସରେ ଭାରତର ସୁଶୀଲ କୁମାର ଓ ଯୋଗେଶ୍ୱର ଦତ୍ତ ପଦକ ଜିତିଥିଲେ। ସେହିପରି ଗତ ସଂସ୍କରଣରେ ସାକ୍ଷୀ ମଲିକ୍ ବ୍ରୋଞ୍ଜ ପଦକ ଜିତି ଇତିହାସ ରଚିଥିଲେ। ୫୭ କେଜି ଫ୍ରିଷ୍ଟାଇଲର ସେମିଫାଇନାଲରେ କାଜଗସ୍ତାନର କୁସ୍ତି ଯୋଦ୍ଧା ନୁରସିଲାମ ସନାୟେଭଙ୍କୁ ପରାସ୍ତ କରି ସେ ଫାଇନାଲକୁ ଯାଇଥିଲେ। 

  1952 ହେଲସିଙ୍କି ଅଲିମ୍ପିକ୍ସରେ କେ ଡି ଯାଦବ ପ୍ରଥମ ରେସଲର ଭାବରେ ବ୍ରୋଞ୍ଜ ପଦକ ଜିତି ଥିଲେ।  ଏହା ପରେ ସୁଶୀଲ ବେଜିଂରେ ବ୍ରୋଞ୍ଜ ଏବଂ ଲଣ୍ଡନରେ ରୌପ୍ୟ ଜିତି ଥିଲେ। ଅଲିମ୍ପିକ୍ସରେ ଦୁଇଟି ବ୍ୟକ୍ତିଗତ ଇଭେଣ୍ଟ ପଦକ ଜିତିଥିବା ସୁଶିଲ ଏକମାତ୍ର ଭାରତୀୟ ଥିଲେ କିନ୍ତୁ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ବ୍ରୋଞ୍ଜ ଜିତି ନିଜ ନାମରେ ଏହି ରେକର୍ଡ ସୃଷ୍ଟି କରିଛନ୍ତି।  ଯୋଗେଶ୍ୱର ଦତ୍ତ ମଧ୍ୟ ଲଣ୍ଡନ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।  ଅନ୍ୟପକ୍ଷରେ, ସାକ୍ସି ମଲିକ୍ 2016 ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ।

 ଦାହିୟା 2015 ରେ ଅଣ୍ଡର -23 ବିଶ୍ୱ ଚାମ୍ପିଅନସିପରେ ରୌପ୍ୟ ପଦକ ଜିତିଥିଲେ। ସେ ଅଣ୍ଡର -23 ୟୁରୋପୀୟ ଚାମ୍ପିୟନ ତଥା ସନ୍ଦୀପ ତୋମରଙ୍କୁ ପରାସ୍ତ କରି ପ୍ରୋ ରେସଲିଂ ଲିଗରେ ନିଜକୁ ପ୍ରମାଣିତ କରିଥିଲେ ।  ସେ 2020 ରେ ଦିଲ୍ଲୀରେ ଏସିଆନ ଚାମ୍ପିୟନଶିପ ଜିତିଥିଲେ ।

Related Posts