ଟମାଟୋ ଫ୍ଲୁ : ଆକ୍ରାନ୍ତ ଚିହ୍ନଟ ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ: ଚିହ୍ନଟ ଶିଶୁଙ୍କ ନମୁନା ଆରଏମଆରସିକୁ ପଠାଇବାକୁ ନିର୍ଦେଶ

କଟକ : ଏବେ ଦେଶରେ ମୁଣ୍ଡ ଟେକିଛି ଟମାଟୋ ଫ୍ଲୁ’ ଆତଙ୍କ | କେରଳ ଓ କର୍ଣ୍ଣାଟକ ପରେ ଏବେ କଟକରେ ଚିହ୍ନଟ ହୋଇଛି ଟମାଟୋ ଫ୍ଲୁ’ ଆତଙ୍କ | ୫ ବର୍ଷରୁ କମ୍‌ ଶିଶୁ ଏହି ରୋଗରେ ଆକ୍ରାନ୍ତ ହେଉଥିବା ବେଳେ, ଏହି ରୋଗରେ ଆକ୍ରାନ୍ତ ଶିଶୁଙ୍କଠାରେ ଯେଉଁ ଲକ୍ଷଣ ପ୍ରକାଶ ପାଉଛି ଠିକ୍‌ ସେହିଭଳି ଲକ୍ଷଣ ଥିବା ଶିଶୁ ରାଜ୍ୟରେ ଚିହ୍ନଟ ହୋଇଛନ୍ତି |

ତେବେ ରାଜ୍ୟରେ ଟମାଟୋ ଫ୍ଲୁ ବଢ଼ୁଥିବାରୁ ସତର୍କ ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ରାଜ୍ୟର କିଛି ଜିଲ୍ଲାରେ ଦେଖା ଦେଉଥିବା ହ୍ୟାଣ୍ଡ, ଫୁଟ ଓ ମାଉଥ ଡିଜିଜ୍ ବା ଏଫଏଚଏମଡି ରୋଗ ସହିତ ଟମାଟୋ ଫ୍ଲୁର କିଛି ସାମଞ୍ଜସ୍ୟ ରହିଛି କି ନାହିଁ ଜାଣିବା ଲାଗି ଉଦ୍ୟମ ଆରମ୍ଭ ହୋଇଛି ।

ବିଭାଗ ପକ୍ଷରୁ ଜିଲ୍ଲା ଓ ମେଡିକାଲ କଲେଜର ଶିଶୁରୋଗ ବିଷେଶଜ୍ଞମାନଙ୍କୁ ନେଇ ଏକ ଆଲୋଚନା ହୋଇଥିଲା । ଯେଉଁସବୁ ଜିଲ୍ଲାରେ ଏଫଏଚଏମଡି ଆକ୍ରାନ୍ତ ଶିଶୁ ଚିହ୍ନଟ ହେଉଛନ୍ତି ସେମାନଙ୍କ ନମୁନା ଆରଏମଆରସିକୁ ପଠାଇବାକୁ କୁହାଯାଇଛି । ଏହା ଦ୍ୱାରା ରାଜ୍ୟରେ ଏହି ରୋଗ କିଛି ନିଦ୍ଧିଷ୍ଟ ଅଞ୍ଚଳରେ ସୀମିତ ରହିଛି ନା ମହାମାରୀ ରୂପ ନେଲାଣି ତାହା ଜାଣିହେବ ।

କେରଳ, କର୍ଣ୍ଣାଟକ ଭଳି ରାଜ୍ୟରେ ଶିଶୁଙ୍କ ଠାରେ ନାଲି ଫୋଟକା ଦେଖାଯିବା ପରେ ଏହା ଟମାଟୋ ଫ୍ଲୁ ବୋଲି ଚର୍ଚ୍ଚା ହେଉଛି । ମାତ୍ର ବିଜ୍ଞାନ ଶିକ୍ଷାରେ ଏଭଳି କୌଣସି ରୋଗ ନାହିଁ ବରଂ ଏଫଏଚଏମଡି ରୋଗ ରହିଚି । ଯାହା ୫ ବର୍ଷ ଭିତରେ ଶିଶୁଙ୍କ ଠାରେ ଦେଖାଯାଏ । ୧୪ ବର୍ଷ ପିଲା ମଧ୍ୟ ଏଥିରେ ଆକ୍ରାନ୍ତ ହୋଇଥାନ୍ତି ।

ବର୍ତ୍ତମାନ ସୁଦ୍ଧା ୮୨ ପ୍ରତିଶତ ପିଲାଙ୍କ କ୍ଷେତ୍ରରେ ଏହି ରୋଗ ଦେଖାଯାଉଛି । ଦେହରେ ନାଲି ନାଲି ଭଳି ଫଳିବାକୁ ନେଇ ଏହି ରୋଗର ଏଭଳି ନାମକରଣ କରାଯାଇଛି ।

Related Posts