ମଧ୍ୟାହ୍ଣ ଭୋଜନ ବେଳେ ବିଫ ମଗାଇ ଫସିଲେ ଲଖିମପୁର ସ୍ଥିତ ଏକ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ: ଗିରଫ କଲା ପୁଲିସ

ଆସାମ : ବିଫ ମଗାଇ ଜଣେ ପ୍ରଧାନ ଶିକ୍ଷୟତ୍ରୀ ଗିରଫ | ସ୍କୁଲରେ ମଧ୍ୟାହ୍ଣ ଭୋଜନ ବେଳେ ବିଫ ମଗାଇ ଫସିଛନ୍ତି ପ୍ରଧାନ ଶିକ୍ଷୟତ୍ରୀ | ଏନେଇ ଅଭିଯୋଗ ହେବା ପରେ ପୋଲିସ ତାଙ୍କୁ ଗିରଫ କରିଛି | ଏଥିସହ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି | ଅନ୍ୟ ଶିକ୍ଷକଙ୍କ ଅଭିଯୋଗ ପରେ ତାଙ୍କୁ ଗିରଫ କରିବା ପରେ ଘଟଣା ସାମ୍ନାକୁ ଆସିଛି | ଏଭଳି ଘଟଣା ଆସାମ ଲଖିମପୁର ସ୍ଥିତ ଏକ ସ୍କୁଲରେ ଘଟିଛି ।

ପୁଲିସ ସୂଚନା ମୁତାବକ, ସ୍କୁଲରେ ମଧ୍ୟାହ୍ଣ ଭୋଜନ ବେଳେ ପ୍ରଧାନ ଶିକ୍ଷୟିତ୍ରୀ ଗୋ’ମାଂସ ଆଣିଥିଲେ। ଏହା ଦେଖି ସ୍କୁଲର ଅନ୍ୟ ହିନ୍ଦୁ ଶିକ୍ଷକମାନେ ବିରୋଧ କରିଥିଲେ। ଏନେଇ ଲଖିମପୁର ପୁଲିସ ଷ୍ଟେସନରେ ଅଭିଯୋଗ ମଧ୍ୟ କରିଥିଲେ। ଅଭିଯୋଗ ଆଧାରରେ ଶିକ୍ଷୟିତ୍ରୀଙ୍କୁ ପୁଲିସ ଥାନାକୁ ଆଣି ପଚରାଉଚରା କରୁଛି।

ଗୋଲପାରା ଏସ୍‌ପିଙ୍କ କହିବା ମୁତାବକ, ପ୍ରଧାନ ଶିକ୍ଷୟିତ୍ରୀଙ୍କ ଉପରେ ଆଇପିସି ଧାରା ୧୫୩(କ) (ଧର୍ମ, ଜାତି, ଜନ୍ମ ସ୍ଥାନ, ଘର ଆଧାରରେ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଶତ୍ରୁତାକୁ ପ୍ରୋତ୍ସାହିତ କରିବା), ଧାରା ୨୯୫(କ) ଜରିଆରେ ମାମଲା ରୁଜୁ ହୋଇଛି। ଏହାପରେ ତାଙ୍କୁ ସେସନ୍‌ କୋର୍ଟରେ ହାଜର କରାଯାଇଛି। ପରେ ଶିକ୍ଷୟିତ୍ରୀଙ୍କୁ ପୁଲିସ ଗିରଫ କରିଛି।

ସ୍କୁଲର ଜଣେ ଶିକ୍ଷକଙ୍କ କହିବା ମୁତାବକ, ପ୍ରଧାନ ଶିକ୍ଷୟିତ୍ରୀ ସ୍କୁଲକୁ ଗୋ ମାଂସ ନେଇ ଆସିଥିଲେ। ୩ଟାରୁ ସେଢ଼ ୩ଟା ମଧ୍ୟରେ ଏହି ଗୋ ମାଂସକୁ ପରସିବା ପାଇଁ କହିଥିଲେ। ସେଠାରେ ଦୁଇ ଜଣ ହିନ୍ଦୁ ଶିକ୍ଷକ ମଧ୍ୟ ଉପସ୍ଥିତ ଥିଲେ। ଏସବୁ ଜାଣିବା ପରେ ବି ଶିକ୍ଷୟିତ୍ରୀ ସ୍କୁଲ ଭିତରକୁ ଗୋ ମାଂସ ନେଇ ଆସିଥିଲେ | ପ୍ରଧାନ ଶିକ୍ଷୟିତ୍ରୀଙ୍କ ଏହିପରି ବିଦ୍ୟାଳୟ ମଧ୍ୟକୁ ଗୋମାନ୍ସ ଆଣିବାକୁ ନେଇ ଅପତୀ ଉଠାଇବା ସହ ଥାନାରେ ଅଭିଯୋଗ କରିଥିଲେ |

Related Posts