‘ରାକ୍ଷୀ ସାୱନ୍ତଙ୍କୁ ବି ମଥୁରାର ସାଂସଦ ବନେଇ ଦେବେ’; ମଥୁରାରୁ କଙ୍ଗନା ନିର୍ବାଚନ ଲଢିବା ନେଇ ହେମା ମାଳିନୀଙ୍କ ପ୍ରତିକ୍ରିୟା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଗାମୀ ଲୋକସଭା ନିର୍ବାଚନରେ ଅଭିନେତ୍ରୀ କଙ୍ଗନା ରାଣାୱତ ନିର୍ବାଚନ ଲଢ଼ିବା ନେଇ ଚର୍ଚ୍ଚା ହେଉଛି। କଙ୍ଗନାଙ୍କ ନିର୍ବାଚନ ଲଢ଼ିବା ନେଇ ପ୍ରତିକ୍ରିୟା ରଖିଛନ୍ତି ୭୦ ଦଶକର ଳୋକପ୍ରିୟ ଅଭିନେତ୍ରୀ ତଥା ମଥୁରାର ସାଂସଦ ହେମା ମାଳିନୀ । ଗଣମାଧ୍ୟମ ପ୍ରତିନିଧୀଙ୍କ ପ୍ରଶ୍ନରେ ଏକଦମ ନକାରାତ୍କମ ମନ୍ତବ୍ୟ ଦେଇଛନ୍ତି ହେମା ମାଳିନୀ। ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ଗଣାମାଧ୍ୟମ ପ୍ରତିନିଧୀ କହୁଛନ୍ତି କି ଆଗାମୀ ୨୦୨୪ ମସିହା ଲୋକସଭା ନିର୍ବାଚନରେ କଙ୍ଗନା ରାଣାୱତ୍‌ ମଥୁରାରୁ ଲଢ଼ିବାକୁ ଯାଉଛନ୍ତି । ଯାହାକୁ ଶୁଣିବା ମାତ୍ରେ ହେମା ମାଳିନୀ କହୁଛନ୍ତି, ‘ବଢ଼ିଆ, ଖୁବ୍ ଭଲ।’ ତାପରେ ଗଣମଧ୍ୟମ ପ୍ରତିନିଧୀ ଜଣକ ପଚାରୁଛନ୍ତି, ‘ଏଥିରେ ଆପଣଙ୍କ ବିଚାର କ’ଣ?’ ଯାହାର ଉତ୍ତରରେ ହେମା କହୁଛନ୍ତି, ‘ବିଚାର ମୁଁ କ’ଣ କହିବି? ମୋ ବିଚାର ଭଗବାନଙ୍କ ଉପରେ। ଭଗବାନ କୃଷ୍ଣଙ୍କର ଯାହା ଇଚ୍ଛା ସେ କରିବେ।’ ତାପରେ ଏକଦମ ସ୍ପଷ୍ଟ ଭାବେ ସେ ନିଜର ମତ ରଖି କହୁଛନ୍ତି କି ‘ମଥୁରାର ଯଦି ସାଧାରଣ ଲୋକ ସାଂସଦ ବନିବାକୁ ଚାହିଁବେ ତାଙ୍କୁ ତ ଆପଣ ବନିବାକୁ ଦେବେ ନାହିଁ। ଯଦି ଆପଣମାନେ ମୁଣ୍ଡରେ ରଖିଛନ୍ତି ଯେ ଫିଲ୍ମ ଷ୍ଟାର୍‌ ହିଁ ଏଠାରେ ସାଂସଦ ବନିବେ ତାହେଲେ ଆପଣଙ୍କୁ ଫିଲ୍ମ ଷ୍ଟାର୍‌ ହିଁ ଦରକାର। ତେବେ କାଲି ରାକ୍ଷୀ ସାୱନ୍ତଙ୍କୁ ଏଠାକୁ ପଠାନ୍ତୁ । ସେ ବି ମଥୁରାର ସାଂସଦ ବନିବେ।’

ହେମାଙ୍କର ଏହି ମନ୍ତବ୍ୟ ଏବେ ଖୁବ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏଭଳି କହି ୨୦୨୪ ଲୋକସଭା ନିର୍ବାଚନରେ କଙ୍ଗନାଙ୍କ ନିର୍ବାଚନ ଲଢ଼ିବା ପ୍ରସଂଗରେ ପରୋକ୍ଷରେ ନିଜର କ୍ଷୋଭ ପ୍ରକାଶ କରିଛନ୍ତି ହେମାମାଳିନୀ।

Related Posts