‘ତାଜ କ୍ରିଷ୍ଣା’ରେ ରହଣି ବ୍ୟବସ୍ଥା କରିଥିଲା କିଏ ? ସତ୍ୟଙ୍କ ଘେରାବନ୍ଦୀରେ ମନ୍ତ୍ରୀ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ପୁଣି କଂଗ୍ରେସ ଖୋଲିଲା ସଂସ୍କୃତି ମନ୍ତ୍ରୀଙ୍କ ପେଡ଼ି । କଂଗ୍ରେସ ନେତା ସତ୍ୟ ପ୍ରକାଶ ନାୟକଙ୍କ ଘେରାବନ୍ଦୀରେ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ । ସାମ୍ନାକୁ ଆସିଲା ମନ୍ତ୍ରୀଙ୍କ ହାଇଦ୍ରାବାଦ ବୁଲା ନେଇ ବିସ୍ଫୋରକ ତଥ୍ୟ । ହାଇଦ୍ରାବାଦର ହୋଟେଲ ତାଜ୍ କ୍ରିଷ୍ଣାରେ ମନ୍ତ୍ରୀଙ୍କ ରହଣି ବ୍ୟବସ୍ଥା ଯେଉଁ ସଂସ୍ଥା କରିଥିଲା ସେହି ସଂସ୍ଥା ତାଙ୍କର 2 ମହିଳା ଅତିଥିଙ୍କ ରହିବାର ବି ବ୍ୟବସ୍ଥା କରିଥିଲା । ଗତକାଲି ଆଶା କରାଯାଉଥିଲା ବିଧାନସଭାରେ ଜ୍ୟୋତି ପ୍ରକାଶ ପାଣିଗ୍ରାହି ସ୍ପଷ୍ଟୀକରଣ ରଖିବେ କିନ୍ତୁ ତାହା ହେଲା ନାହିଁ । ସରକାରଙ୍କ ନିକଟରେ ସବୁ ଦସ୍ତାବିଜ୍ ଥିବା ବେଳେ ମନ୍ତ୍ରୀ ସତ୍ୟ ତଥ୍ୟ ରଖିବେ । କିନ୍ତୁ ବିଡ଼ମ୍ବନା ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ତାହା ନକରି କେବଳ ମନ୍ତ୍ରୀଙ୍କ ପାଇଁ ସରକାର ଖର୍ଚ୍ଚ କରିଥିବା ଗୃହରେ କହି ଗୋଟିଏ ଧାଡ଼ିରେ କଥା ସାରିଦେଲେ ।

ଗୁରୁତ୍ବପୂର୍ଣ୍ଣ କଥା ହେଲା ସଂସ୍କୃତି ମନ୍ତ୍ରୀଙ୍କ ଅଫିସ ପକ୍ଷରୁ OTDC, ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଏବଂ ଯୁଗ୍ମ ସଚିବଙ୍କୁ ଚିଠି କରି ସମସ୍ତ ଦାୟିତ୍ବ ନେବାକୁ କହିଥିଲେ । ଅର୍ଥାତ ସମ୍ପୂର୍ଣ୍ଣ ସରକାରୀ ଅତିଥି ଭାବେ ଉକ୍ତ ମହିଳା ଦ୍ବୟଙ୍କୁ ହାଇଦ୍ରାବାଦ ପଠାଯାଇଥିଲା । ସେମାନଙ୍କ ପାଇଁ ସିଙ୍ଗଲ୍ ପି.ଏନ୍.ଆର.ରେ ଗସ୍ତ ଟିକେଟ୍‌ କରାଯାଇଛି । ସମସ୍ତଙ୍କ ପାଇଁ 49, 989 ଟଙ୍କାର ଗୋଟିଏ ବିଲ୍‌ କରାଯାଇଛି , ଯାହାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠୁଛି ।

ସରକାର ମନ୍ତ୍ରୀଙ୍କ ସହ ମହିଳାଙ୍କ ବି ସମସ୍ତ ଦାୟିତ୍ବ ନେବାକୁ କହିଲେ କାହିଁକି ?

ରାଜ୍ୟ ସରକାର ମନ୍ତ୍ରୀଙ୍କ ପାଇଁ କେତେ, ଆଉ ତାଙ୍କର ମହିଳା ଅତିଥିଙ୍କ ପାଇଁ କେତେ ଦେଇଛନ୍ତି ?

ମନ୍ତ୍ରୀ ସମ୍ପୂର୍ଣ୍ଣ ଅଫିସିଆଲ ଟୁରରେ ଯାଉଥିବା ବେଳେ ପ୍ରାଇଭେଟ୍‌ ଲୋକଙ୍କୁ କାହିଁକି ନେଇକି ଗଲେ ?

ଏଥିପାଇଁ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କ ଅନୁମତି ନେଇଥିଲେ କି ?

ପର୍ଯ୍ୟଟନ ବିଭାଗର ଅଫିସିଆଲ ଟୁରକୁ ଦେଖିଲେ ସଂସ୍କୃତି ମନ୍ତ୍ରୀ ସମ୍ପୂର୍ଣ୍ଣ ତେଲେଙ୍ଗନା ରାଜ୍ୟର ଅତିଥି ହେବା କଥା ।

ସରକାରୀ କାର୍ଯ୍ୟକ୍ରମରେ ମନ୍ତ୍ରୀ ଏବଂ ତାଙ୍କର ମହିଳା ଅତିଥିଙ୍କ ପାଇଁ ପ୍ରାଇଭେଟ୍ NDT କାହିଁକି ହେଲା

ରାଜ୍ୟ ପର୍ଯ୍ୟଟନ ବିଭାଗରେ ଟଙ୍କା ଅଛି ନା ନାହିଁ ତାହା ସ୍ପଷ୍ଟ କରନ୍ତୁ ସରକାର ?

କେବେଠାରୁ ସରକାରୀ ଟୁର ପାଇଁ ପ୍ରାଇଭେଟ୍‌ ସଂସ୍ଥା ଆଗରେ ଭିକ ମାଗିଲେଣି ସରକାର ଜଣାନ୍ତୁ ?

ଜ୍ୟୋତିଙ୍କ ପାଇଁ ଓକିଲାତି ବେଳେ ଗୃହରେ କାହିଁକି ସ୍ପଷ୍ଟ କଲେ ନାହିଁ ଆରୁଖ ?

ସଂସ୍କୃତି ମନ୍ତ୍ରୀ ଏବଂ ତାଙ୍କ ମହିଳା ଅତିଥିଙ୍କ ପାଇଁ କେଉଁ ସଂସ୍ଥା ଟଙ୍କା ଖର୍ଚ୍ଚ କରିଛି ?

କାହିଁକି ସଂସ୍କୃତି ମନ୍ତ୍ରୀ ନିଜେ ଉତ୍ତର ରଖିଲେ ନାହିଁ ?

ଆଶ୍ଚର୍ଯ୍ୟର କଥା ମନ୍ତ୍ରୀ ହୋଟେଲ ତାଜ କ୍ରିଷ୍ଣାର ଯେଉଁ ଫ୍ଲୋରରେ ଥିଲେ ସେହି ଫ୍ଲୋରରେ ମହିଳା ଅତିଥି ବି ଥିଲେ । ରୁମ୍‌କୁ ଯିବା ସମୟରେ ମନ୍ତ୍ରୀଙ୍କୁ ଯେଉଁ ସମୟରେ ଚେକିଂ କରାଯାଇଛି ଠିକ୍‌ ସେହି ସମୟରେ ଦୁଇ ମହିଳା ଅତିଥିଙ୍କର ବି ଚେକିଂ ହୋଇଛି । ଅର୍ଥାତ ଜ୍ୟୋତି ନିଜ ମନ୍ତ୍ରୀ ପଦର ଅପବ୍ୟବହାର କରି ଉକ୍ତ ମହିଳାଙ୍କୁ ଆତିଥ୍ୟ ଦେଇଥିବା ପ୍ରମାଣିତ ହୋଇଛି । ତେଣୁ ଜ୍ୟୋତି ବାବୁଙ୍କର ନୈତିକ ଅଧିକାର ନାହିଁ ଆଉ ମନ୍ତ୍ରୀ ପଦରେ ରହିବାକୁ ତେଣୁ ସେ ତୁରନ୍ତ ମନ୍ତ୍ରୀ ପଦରୁ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଅଭିଯୋଗ କରିଛି ।

Related Posts