ହୀରାକୁଦରେ ଆରମ୍ଭ ହେଲା ରୋପୱେ

ହୀରାକୁଦରେ ଆରମ୍ଭ ହେଲା ରୋପୱେ ସେବା । ଏଣିକି ହୀରାକୁଦ ବୁଲିବାକୁ ଆସୁଥିବା ପର୍ଯ୍ୟଟକ ଡ୍ୟାମ ବୁଲିବା ସହ ରୋପୱେର ମଧ୍ୟ ମଜା ନେଇପାରିବେ । ଆଗକୁ ରହିଛି ପର୍ଯ୍ୟଟନ ଋତୁ । ପର୍ଯ୍ୟଟକଙ୍କ ଭିଡ଼କୁ ଆଖି ଆଗରେ ରଖି ସମ୍ବଲପୁର ମୁନିସିପାଲଟି ତରଫରୁ ଏହି ରୋପୱେ ସେବା ଆରମ୍ଭ ନେଇ ପଦକ୍ଷେପ ନିଆଯାଇଛି । ହୀରାକୁଦରେ ଜଳଭଣ୍ଡାର ସହ ପ୍ରାକୃତିକ ସୈାନ୍ଦର୍ଯ୍ୟର ମନଭରି ଉପଭୋଗ କରିବେ ପର୍ଯ୍ୟଟକ ।ରୋପୱେରେ ବସି ପର୍ଯ୍ୟଟକ ଏବେ ମନଲୋଭା ଦୃଶ୍ୟ ଦେଖିପାରିବେ । ନେହେରୁ ପାର୍କରୁ ଗାନ୍ଧି ମିନାର ପର୍ଯ୍ୟନ୍ତ ଏହି ରୋପୱେ ବ୍ୟବସ୍ଥା ହୋଇଛି । ପ୍ରାୟ ୪୦୦ମିଟର ରୋପ ୱେ ସୁବିଧା କରାଯାଇଥିବା ବେଳେ ଏଥିରେ ବସିବା ପାଇଁ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି ।

ହୀରାକୁଦରେ ରୋପୱେ ସେବା ଅଧିକ ସଂଖ୍ୟକ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି । ରୋପୱେର ମଜା ନେଉଛନ୍ତି ପର୍ଯ୍ୟଟକ । ହୀରାକୁଦ ଜଳଭଣ୍ଡାର ସହ ପ୍ରାକୃତିକ ସୈାନ୍ଦର୍ଯ୍ୟ ପାହାଡ଼ ପର୍ବତ ପର୍ଯ୍ୟଟକଙ୍କୁ ଆକର୍ଷିତ କରିଥାଏ । ତେଣୁ ପର୍ଯ୍ୟଟକଙ୍କ ସୁବଧା ପାଇଁ ରୋପୱେ ସିଷ୍ଟମ କରାଯାଇଛି । ଏହା ଜଣକ ପିଚ୍ଛା ୫୦ଟଙ୍କା ରଖାଯାଇଛି । ସୋମବାର ବନ୍ଦ ରହିବ ଏହି ସେବା । ତେବେ ଅନ୍ୟ ଦିନରେ ସକାଳ ୯ଟାରୁ ୫ଟା ଯାଏଁ ଚାଲିବ ।

Related Posts