ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା | ଦୁଇଟି ଗାଡି ମୁହାଁମୁହିଁ ଧକ୍କା ହେବା ଫଳରେ ଘଟିଛି ଏହି ଦୁଖଦ ଘଟଣା | ଏହି ଦୁର୍ଘଟଣାରେ 3 ଯବାନଙ୍କ ଅକାଳରେ ଜୀବନ ଚାଲିଯାଇଛି | ଏଥିସହ ଅନ୍ୟ ଦୁଇ ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି |
ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶର ବସ୍ତି ଜିଲ୍ଲାର ମୁଣ୍ଡେରୱା ଥାନା ନିକଟ ରାଜପଥରେ ଏହି ଦୁର୍ଘଟଣା ହୋଇଥିବା ଜଣାପଡ଼ିଛି । ଦୁଇଟି ଗାଡ଼ି ମୁହାଁମୁହିଁ ଧକ୍କା ହେବା ଫଳରେ କେନ୍ଦ୍ରୀୟ ସୁରକ୍ଷା ବଳ (CISF) ର 3 ଜଣ ଯବାନଙ୍କ ମୃତ୍ୟୁ ଘଟିଛି ଏବଂ 2 ଯବାନ ଗୁରୁତର ଆହତ ହୋଇଛନ୍ତି। ତେବେ ଆହତ ଯବାନଙ୍କୁ ନିକଟସ୍ଥ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି | ପୋଲିସ ଏନେଇ ଖବର ପାଇବା ପରେ ଘଟଣା ସ୍ଥଳରେ ପହଁଚି ସ୍ଥାନୀୟଲୋକଙ୍କ ସହାୟତାରେ ଉଦ୍ଧାର କରିବା ସହ ହସ୍ପିଟାଲ ରେ ଭର୍ତି କରିଛି | ମୃତକଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି |