ଉତ୍ତରାଖଣ୍ଡର ବେରିନାଗ ଅଞ୍ଚଳରେ ଭୟଙ୍କର ଦୁର୍ଘଟଣା: ୧୦୦ ଫୁଟ ଗଭୀର ଖାଇ ଭିତରକୁ ଖସିଲା କାର, 4 ମୃତ, 2 ଗୁରୁତର

ଡେରାଡୁନ : ଉତ୍ତରାଖଣ୍ଡର ବେରିନାଗ ଅଞ୍ଚଳସ୍ଥିତ ପମତୋଡ଼ି ନିକଟରେ ଘଟିଛି ଏକ ଭୟଂକର ଦୁର୍ଘଟଣା । ଏକ କାର୍ ଦୁର୍ଘଟଣାଗ୍ରସ୍ତ ହୋଇ ୧୦୦ ଫୁଟ ଗଭୀର ଖାଇ ଭିତରକୁ ଖସି ପଡ଼ିଛି । ଫଳରେ ଏହି ଦୁର୍ଘଟଣାରେ ଚାରିଜଣ ମହିଳାଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ, ୨ଜଣ ଯୁବକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।

ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ତଦନ୍ତ ଜାରି ରଖିଛି ।

ସୂଚନାନୁସାରେ ନୈନିତାଲର ହାଲଡୱାନିରେ ଶିକ୍ଷକ ଚନ୍ଦନ ସିଂ ବସେଡ଼ା (୬୧) ନିଜ ପରିବାର ସହ ବସେଡ଼ାମୁଲ ଗାଁକୁ ପୂଜା କରିବା ପାଇଁ ଯାଇଥିଲେ । ସେଠାରୁ କାମ ସାରି ବାଗେଶ୍ବର ଫେରୁଥିବା ବେଳେ ଗାଡ଼ିରେ ଭାରସାମ୍ୟ ହରାଇ ବସାଇଥିଲେ । ଫଳରେ ୧୦୦ ଫୁଟ ଗଭୀର ଖାଇ ଭିତରକୁ ଖସିପଡ଼ିଥିଲା କାର୍ । ସ୍ଥାନୀୟ ବାସିନ୍ଦା ଏହା ଦେଖି ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ପୋଲିସ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଛି ।

Related Posts