
ମୁମ୍ବାଇ: ମୁମ୍ବାଇର ଲାଟୁର-ଅମ୍ବାଜୋଗାଇ ରାସ୍ତାରେ ଘଟିଛି ଏକ ଭୟଂକର ଦୁର୍ଘଟଣା । କ୍ରୁଜର (ଏକ ପ୍ରକାର କାର) ସହ ଏକ ଟ୍ରକର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଏହି ଦୁର୍ଘଟଣାରେ 7 ଜଣଙ୍କର ମୃତ୍ୟୁ ଘଟିଥିବାବେଳେ 11 ଜଣ ଆହତ ହୋଇଛନ୍ତି । ତେବେ ଏହି ଭୟଙ୍କର ଦୁର୍ଘଟଣାକୁ ଦେଖି ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଉଯାଇଛନ୍ତି । ଲାଟୁର ନିକଟସ୍ଥ ଆରଭିର କିଛି ଲୋକ ଏକ ବ୍ୟକ୍ତିଗତ କାର୍ଯ୍ୟ ପାଇଁ ଅମ୍ବାଜୋଗାଇ କ୍ରୁଜର ମାଧ୍ୟମରେ ଯାଉଥିଲେ ।
ଏକ ଟ୍ରକ ହଠାତ ସାମ୍ନାକୁ ଆସି ଗାଡ଼ିକୁ ଏକ ଶକ୍ତ ଧକ୍କା ଦେଇଥିଲା । ଯେଉଁଥିରେ କି କ୍ରୁଜରେ ଥିବା ସାତ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଥିଲା । ତେବେ ବାକି 11 ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାସ୍ଥଳରେ ମୃତ ବ୍ୟକ୍ତିଙ୍କର ଶରୀରର କିଛି ଅଂଶ ଖଣ୍ଡବିଖଣ୍ଡିତ ହୋଇ ରାସ୍ତାରେ ପଡ଼ିଥିଲା । ଏହି ଦୁର୍ଘଟଣାରେ କିଛି ମହିଳା ଏବଂ ଶିଶୁ ମଧ୍ୟ ଥିଲେ । ଅନ୍ୟପକ୍ଷରେ ଘଟଣାକୁ ଦେଖି ସ୍ଥାନୀୟ ଲୋକେ ପୋଲିସକୁ ତୁରନ୍ତ ଖବର ଦେଇଥିଲେ । ଏହାସହ ଆହତଙ୍କୁ ନିକଟସ୍ଥ ଅମ୍ବାଜୋଗାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
ଆଗକୁ ମୃତ୍ୟୁ ସଂଖ୍ୟା ଆହୁରି ବଢିବା ନେଇ ଆଶଂକା ପ୍ରକାଶ ପାଇଛି । ଏଥିସହ ପୋଲିସ ମୃତକ ମାନଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି । ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିାହିଁ।