ବଲାଙ୍ଗିର ଶିକାଛିଡ଼ା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, 2 ମୃତ, 2 ଗୁରୁତର

ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସିଂଖମନ-ବନ୍ଧପଡା ରାସ୍ତାର ଶିକାଛିଡ଼ା ଛକ ନିକଟରେ ଘଟିଛି ଏକ ଭୟଂକର ଦୁର୍ଘଟଣା । ଏହି ଦୁର୍ଘଟଣାରେ 2 ଜଣଙ୍କ ଜୀବନ ଯାଇଥିବା ବେଳେ, ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଦୁଇ ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଛି ।

ମୃତକ ଦ୍ୱୟ ହେଲେ ରଜତ କାଣ୍ଡ ଓ ବିଦ୍ୟାଧର ଭାଟି। ରଜତଙ୍କ ଘର ପୁଇଁନ୍ତଲା ଥାନା ଜାମସର ଗାଁରେ। ସେହିଭଳି ବିଦ୍ୟାଧରଙ୍କ ଘର ବଙ୍ଗୋମୁଣ୍ଡା ଅଞ୍ଚଳରେ।

ରଜତ କାଣ୍ଡ ଏକ ବାହାଘର ଭୋଜି ଖାଇ ବାଇକ୍ ଯୋଗେ ଗାଁକୁ ଫେରୁଥିଲେ। ସେ ବାଇକ୍ ଚଲାଉଥିବା ବେଳେ ତାଙ୍କ ସହିତ ତାଙ୍କର ଜଣେ ସାଙ୍ଗ ଥିଲେ।
ବିଦ୍ୟାଧର କେଉଁଠାରୁ କେଉଁଠାକୁ ଯାଉଥିଲେ, ତାହା ଜଣାପଡ଼ିନାହିଁ। ତେବେ ତାଙ୍କ ସହିତ ବି ବାଇକ୍‌ରେ ଆଉ ଜଣେ ବସିଥିଲେ।

ସୂଚନା ଅନୁଯାୟୀ, ରଜତ ଓ ବିଦ୍ୟାଧର ଦ୍ରୁତଗତିରେ ବାଇକ୍ ଚଲାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ସେମାନଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁରୁତର ଆହତ ଦ୍ୱୟଙ୍କୁ ବଲାଙ୍ଗିର ସ୍ଥିତ ଭୀମଭୋଇ ମେଡିକାଲ କଲେଜ ଓ ହସ୍‌ପିଟାଲ୍‌ରେ ଭର୍ତ୍ତି କରାଯାଇଛି ।

Related Posts