ଗୁଜରାଟ ଦଙ୍ଗା; ତିସ୍ତା ସୀତଲୱାଦଙ୍କୁ ହେପାଜତକୁ ନେଲା ଗୁଜରାଟ ଏଟିଏସ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଜରାଟ ଦଙ୍ଗା ମାମଲାରେ ଏଟିଏସର ଦୁଇଟି ଟିମ ତିସ୍ତା ସୀତଲୱାଦଙ୍କୁ ହେପାଜତକୁ ନେଇଛି । ତାଙ୍କୁ ମୁମ୍ୱାଇର ସାନ୍ତାକ୍ରୁଜ ଥାନାକୁ ଅଣାଯାଇଛି । ସୂଚନା ଅନୁସାରେ ତଦନ୍ତ ପାଇଁ ଏଟିଏସ ଟିମ ତାଙ୍କୁ ଅହମଦାବାଦ ନେବ । ଏହା ପୂର୍ବରୁ ସୁପ୍ରିମକୋର୍ଟ ଶୁକ୍ରବାର ଜାକିଆ ଜାଫରିଙ୍କ ଯାଚିକା ଖାରଜ କରି କଡା ଟିପ୍ପଣୀ କରି ତିସ୍ତା ସୀତଲୱାଦଙ୍କ ଏନଜିଓର ତଦନ୍ତର ଆବଶ୍ୟକତା ଥିବା କହିଥିଲେ । କୋର୍ଟଙ୍କ ଏହି ଟିପ୍ପଣୀ ପରେ ଏଟିଏସ ଏହି ପଦକ୍ଷେପ ନେଇଥିବା କୁହାଯାଉଛି । ଏହା ପୂର୍ବରୁ ଶନିବାର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତିସ୍ତା ସୀତଲୱାଦ ସମେତ ଅନେକ ରାଜନେତାଙ୍କ ଉପରେ ନରେନ୍ଦ୍ର ମୋଦୀଙ୍କୁ ବଦନାମ କରିବାର ଅଭିଯୋଗ ଆଣିଥିଲେ।

ଗୁଜରାଟ ଏଟିଏସ ତିସ୍ତା ସୀତଲୱାଦ ବିରୁଦ୍ଧରେ ମୁମ୍ୱାଇ ସ୍ଥିତ ସାନ୍ତକ୍ରୁଜ ଥାନାରେ ଏଫଆଇଆର ରୁଜ କରିଥିଲେ । ଏହାପରେ ତାଙ୍କ ବିରୁଦ୍ଧରେ ଆଇପିସିର ଧାରା ୪୬୮ ଏବଂ ୪୭୧ ଅନ୍ତର୍ଗତରେ ଷଡଯନ୍ତ୍ର ଚରିବାର ଅଭିଯୋଗ ହୋଇଛି । ଏଟିଏସ ଅଧିକାରୀ ଜୈସ୍ମୀନ ରୋଜିୟା କହିଛନ୍ତି, ତିସ୍ତା ସୀତଲୱାଦଙ୍କୁ ହେପାଜତକୁ ନିଆଯାଇଛି । ସବୁ ପ୍ରକ୍ରିୟା ଶେଷ ହେବା ପରେ ଗୁଜରାଟ ନିଆଯିବ । ତେବେ ବର୍ତ୍ତମାନ ତାଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts