କର୍ଣ୍ଣାଟକର ବେଲଗାଭିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରୀବାହୀ ବୋଲେରୋ, ୭ ମୃତ, ୧୧ ଆହତ

ବେଙ୍ଗାଲୁରୁ: କର୍ଣ୍ଣାଟକର ବେଲଗାଭି ନିକଟରେ ଘଟିଛି ଏକ ଭୟଂକର ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଯାତ୍ରୀବାହୀ ବୋଲେରୋ ଓଲଟି ପଡିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁସାରେ, ଆଜି(ରବିବାର) ସକାଳେ ବେଲଗାଭି ନିକଟରୁ ଏହି ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଯାହା ସୂଚନା ରହିଛି, ଗାଡିରେ ମୋଟ ୧୮ଜଣ ଲୋକ ଯାତ୍ରା କରୁଥିଲେ ।

ଶ୍ରମିକମାନେ କାମ କରିବା ପାଇଁ ଗୋକାକାରୁ ଆକ୍କାଟାଙ୍ଗିଆରାହଲ୍ଲା ଯାଉଥିବା ସମୟରେ ବେଲଗାଭି ନିକଟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣାରେ ୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ ହୋଇଛନ୍ତି । ଖବରପାଇ ମାରିହଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି।

Related Posts