ବୁର୍ଖା ପିନ୍ଧି କଲେଜରେ ନାଚିବା ପଡିଲା ମହଙ୍ଗା: ୪ ଇଞ୍ଜିନିୟରିଂ ଛାତ୍ରୀ ନିଲମ୍ୱିତ

ବେଙ୍ଗାଲୁରୁ: କର୍ଣ୍ଣାଟକର ଏକ ଇଞ୍ଜିନିୟରିଂ କଲେଜରେ ୪ ଜଣ ଛାତ୍ରୀ ବୁର୍ଖା ପିନ୍ଧି ନାଚିବା ମହଙ୍ଗା ପଡ଼ିଛି । ଏନେଇ ୪ ଜଣଙ୍କୁ ନିଲମ୍ବନ କରାଯାଇଛି। କଲେଜର ଏକ କାର୍ଯ୍ୟକ୍ରମରେ ଏମାନେ ବୁର୍ଖା ପିନ୍ଧି ନାଚିଥିଲେ। ଏହାର ଏକ ଭିଡିଓ ଭାଇରାଲ ହୋଇଥିଲା।

ଯେଉଁଥିରେ ୪ ଜଣ ଛାତ୍ର ବଲିଉଡ ଗୀତର ତାଳେ ତାଳେ ନାଚିଥିଲେ। ଏହି ସମୟରେ ସେଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରମାନେ ଦର୍ଶକ ହିସାବରେ ଉତ୍ସାହିତ କରିଥିଲେ । ବୁଧବାର ମାଙ୍ଗାଲୁରୁର ଏସଟି ଜୋସେଫ ଇଞ୍ଜିନିୟରିଂ କଲେଜରେ ଏକ ଛାତ୍ର ସଙ୍ଗଠନ ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା।

ତେବେ ଭିଡିଓ ଭାଇରାଲ ହେବା ପରେ କଲେଜର ପ୍ରିନ୍ସପାଲ ଛାତ୍ରମାନଙ୍କୁ ନିଲମ୍ବନ କରି ତଦନ୍ତ ଆରମ୍ଭ କରିଛନ୍ତି। କଲେଜ ଏକ ବିବୃତ୍ତିରେ କହିଛି ଯେ, ମୁସଲିମ ଛାତ୍ରମାନେ ବୁର୍ଖା ପିନ୍ଧି ନାଚିଥିଲେ। କଲେଜ ପକ୍ଷରୁ ଔପଚାରିକ ଭାବେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଥିଲା । କୌଣସି ସମ୍ପ୍ରଦାୟ ମଧ୍ୟରେ ସମନ୍ନୟ ବା ଏକତା କ୍ଷୁର୍ଣ୍ଣ ହେଲା ଭଳି କାର୍ଯ୍ୟକ୍ରମକୁ କଲେଜ ସମର୍ଥନ କରେ ନାହିଁ ବୋଲି କୁହାଯାଇଛି। ସେହିପରି ଘଟଣାର ତଦନ୍ତ ଚାଲିଥିବା କୁହାଯାଇଛି

Related Posts