‘ଚନ୍ଦ୍ର’ରେ ଉଠିଲା ପ୍ରଥମ ଗଛ, କପା ମଞ୍ଜି ଅଙ୍କୁରିତ କଲା ଚୀନ୍‌

ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଗୋଟିଏ ପାଦ ଆଗକୁ ଯାଇଛି ଚୀନ୍‌ । ଚନ୍ଦ୍ରରେ କପା ମଞ୍ଜିରୁ ବୀଜ ଅଙ୍କୁରିତ କରିବାରେ ସଫଳ ହୋଇଛି । ଚୀନ୍‌ ପକ୍ଷରୁ ଚନ୍ଦ୍ରକୁ ପଠାଯାଇଥିବା ରୋଭର ଚାଙ୍ଗୀ-4ରେ କପା ବୀଜ ଅଙ୍କୁରିତ ହୋଇଛି । ଇଏ ପ୍ରଥମ ଘଟଣା ଯେତେବେଳେ ଚନ୍ଦ୍ରରେ କୌଣସି ଗଛ ଉଠିଛି । ବୈଜ୍ଞାନିକମାନେ ଏ ନେଇ ସୂଚନା ଦେଇଛନ୍ତି । ସେମାନେ ଆଶା କରୁଛନ୍ତି ଯେ ଖୁବ୍‌ ଶୀଘ୍ର ଚନ୍ଦ୍ର ପୃଷ୍ଠରେ ଆଳୁ ଗଛ ବି ଉଠିବ ।

ଚୋଙ୍ଗକିଙ୍ଗ ବିଶ୍ବବିଦ୍ୟାଳୟର ଆଡଭାନ୍ସଡ୍‌ ଟେକ୍ନୋଲୋଜି ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍‌ ପକ୍ଷରୁ ଜାରି କରାଯାଇଥିବା ଫଟୋ ଅନୁସାରେ, ଏହି ବୀଜ ଏକ ଡବା ଭିତରେ ଥିବା ଜାଲି ଆକୃତିର ସ୍ଥାନରେ ବଢୁଛି । ଚାଙ୍ଗୀ-4 ଗତ ଜାନୁୟାରୀ 3 ତାରିଖରେ ଚୀନ୍‌ର ସବୁଠାରୁ ଦୂରଗାମୀ ଅଂଶରେ ଓହ୍ଲାଇଥିଲା । ଏଥିରେ କପା ଛଡ଼ା, ଆଳୁ, ଶୋରିଷ ମଞ୍ଜି, ଇଷ୍ଟ ଆଦି ପଠାଯାଇଥିଲା ।

Related Posts