ଇସ୍ତଫା ଦେଲେ ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ କୁମାର ଦେବ ଇସ୍ତଫା ଦେଇଛନ୍ତି । ସେପଟେ ଶୁକ୍ରବାର ଦିନ ସେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ। ଆଜି ସେ ଇସ୍ତଫା ଦେଇଥିବା ବେଳେ ତାଙ୍କ ଇସ୍ତଫା ପତ୍ର ରାଜ୍ୟପାଳ ଏସ.ଏନ୍ ଆର‌୍ୟ୍ୟଙ୍କ ନିକଟରେ ଦାଖଲ କରିଛନ୍ତି। ବାସ୍ତବରେ ତ୍ରିପୁରାରେ ଅନେକ ବିଜେପି ବିଧାୟକ ବିପ୍ଲବ ଦେବଙ୍କ ଉପରେ ରାଗିଥିଲେ। ଯାହାର ସୂଚନା ପାର୍ଟି ହାଇ କମାଣ୍ଡ ପାଖକୁ ପହଞ୍ଚିଥିଲା। ଏହା ପରେ ହାଇପମାଣ୍ଡ ବିପ୍ଲବ ଦେବଙ୍କୁ ଇସ୍ତଫା ଦେବାକୁ କହିଛନ୍ତି। ରାଜ୍ୟର ନୂତନ ମୁଖ୍ୟମନ୍ତ୍ରୀ ନିର୍ବାଚନକୁ ନେଇ ବିଜେପିରେ ଏକ ଚର୍ଚ୍ଚା ଚାଲିଛି।

ଏ ସମ୍ପର୍କରେ ଆଜି ଅପରାହ୍ନ ୫ ଟାରେ ବିଜେପି ବିଧାନସଭା ଦଳର ଏକ ବୈଠକ ଅନୁଷ୍ଠିତ ହେବ। ଯେଉଁଥିରେ ନୂତନ ସିଏମ୍ ନିର୍ବାଚିତ ହେବେ। ୨୦୧୮ ରେ ବିପ୍ଲବ ଦେବ ରାଜ୍ୟର ସିଏମ ହୋଇଥିଲେ। ଇସ୍ତଫା ଦାଖଲ କରିବା ପରେ ବିପ୍ଲବ ଦେବ କହିଛନ୍ତି ମୁଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଛି। ମୁଁ ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ମଧ୍ୟ ଭେଟିଥିଲି। ଯେତେବେଳେ ମୋତେ ଇସ୍ତଫା ଦେବାକୁ କୁହାଗଲା, ମୁଁ ତାହା ଦେଲି । ଆସନ୍ତା ବର୍ଷ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ମୁଁ ପ୍ରସ୍ତୁତି ସହ ଜଡିତ ହେବି। ବିଜେପିର ଜଣେ କର୍ମୀ ଭାବରେ ମୁଁ ଦଳକୁ ମଜବୁତ କରିବା ପାଇଁ କାର‌୍ୟ୍ୟ ଜାରି ରଖିବି ବୋଲି କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts