ନୂଆଦିଲ୍ଲୀ: ହରିୟାଣାର ମେୱାତରେ ଏକ ଭୟଂକର ସଡ଼କ ଦୁର୍ଘଟଣା ଘଟିଛି । ଅପରାହ୍ନ ରେ ଏହି ଭୟଂକର ଦୁର୍ଘଟଣା ଘଟିଛି । ଯାତ୍ରୀବାହୀ ଅଟୋକୁ ଶକ୍ତ ଧକ୍କା ଦେଇଛି ଟ୍ରକ। ଫଳରେ ଆଖି ପିଛୁଳାକେ ଚାଲିଗଲା ୭ ଜଣଙ୍କର ଜୀବନ।
ହଠାତ୍ ଏଭଳି ଦୁର୍ଘଟଣା ଘଟିବା ପରେ ଆଖପାଖରେ ଲୋକ ରୁଣ୍ଡ ହୋଇଯାଇଥିଲେ। ଲୋକଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଥିଲେ। ଘଟଣା ସ୍ଥଳରେ କିଛି ଲୋକଙ୍କକର ମୃତ୍ୟୁ ହୋଇଥିବା ବେଳେ ଡାକ୍ତରଖାନାରେ କିଛି ଲୋକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ପୁଲିସ ମଧ୍ୟ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିଥିଲା। କ୍ରେନ୍ ଯୋଗେ ଦୁର୍ଘଟଣାଗ୍ରସ୍ତ ଗାଡି ଉଠାଇବା ସହ ଉକ୍ତ ଅଞ୍ଚତଳକୁ ଭିଡ କମାଇଥିଲା। ଏହାପରେ ରାସ୍ତା ଅବରୋଧ ଖୋଲିଥିଲା। ଏହି ଘଟଣାରେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ପୁଲିସ ମାମଲାର ତଦନ୍ତ କରୁଛି ବୋଲି ମେୱାତ ପୁଲିସ ଦୟାନନ୍ଦ ସୂଚନା ଦେଇଛନ୍ତି ।
ଏହି ଦୁର୍ଘଟଣା କୁ ନେଇ ସ୍ଥାନୀୟ ଅଂଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି । ଏଯାବତ୍ ମୃତକଙ୍କ ପରିଚୟ ମିଳିପାରିନାହିଁ ।
