ବିଚ୍ ରାସ୍ତାରେ ସାମ୍ବାଦିକଙ୍କୁ ହାଣିଦେଲେ

ସତ୍ୟପାଠ ବ୍ୟୁରୋ : ପୁଣି ସାମ୍ବାଦିକଙ୍କୁ ହାଣିଲେ ଦୃବୁର୍ତ୍ତ । ଖବର ପ୍ରସାରଣକୁ ନେଇ ନେଇ କାମୟାବ ଟିଭିର ପଟ୍ଟାମୁଣ୍ଡାଇ ରିପୋର୍ଟର କୁମାରେଶ ନାୟକଙ୍କୁ କଟୁରୀରେ ହାଣିଦେଲେ ବିଚ୍ ରାସ୍ତାରେ । ଗଲା ଚାରି ଦିନ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା । ତେବେ ଦିନ ଦିପହରରେ ସାମ୍ବାଦିକଙ୍କୁ ଆକ୍ରମଣ କରି ଅପରାଧୀ ଫେରାର ହୋଇଯାଇଥିବା ବେଳେ ଗୁରୁତର ସାମ୍ବାଦିକ କୁମାରେଶଙ୍କୁ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି ।

ଆଜି ଦିପହରରେ ଘଟିଛି ଏହି ଘଟଣା । ପଟ୍ଟାମୁଣ୍ଡାଇ ପେଯରପରିଷଦ ଅଫିସ ସାମ୍ନାରେ ଛିଡା ହୋଇଥିଲେ କୁମାରେଶ । ଗୋଟିଏ ବାଇକରେ ଦୁଇ ଜଣ ଦୃବୁର୍ତ୍ତ ତାଙ୍କ ପାଖକୁ ଆସି ଗାଳିଗୁଲଜ କରିବା ସହ ଏକ କଟୁରୀରେ ଆକ୍ରମଣ କରିଥିଲେ । ବିଚ୍ ରାସ୍ତାରେ ଜଣେ ଗଣମାଧ୍ୟମ ପ୍ରତିନିଧୀଙ୍କୁ ଦୃବୁର୍ତ୍ତମାନେ ଚୋଟ ପରେ ଚୋଟ ପକାଇ ଳହୁଲୁହାଣ କରିବା ପରେ ଫେରାର ହୋଇ ଯାଇଥିଲେ । ଅବଶ୍ୟ ସ୍ଥାନୀୟ ଲୋକେ ସେମାନଙ୍କୁ ଧରିବାକୁ ଚେଷ୍ଟା କରିଥିଲେ ବି ସେମାନେ ଫେରାର ହୋଇ ଯାଇଥିଲେ । ଗୁରୁତର ସାମ୍ବାଦିକ କୁମାରେଶଙ୍କୁ ପଟ୍ଟାମୁଣ୍ଡାଇ ଡାକ୍ତରଖାନାରେ ଭର୍ତ୍ତୀ କରାଯାଇଛି । ପୁଲିସ ଘଟଣାର ଛାନଭିନ ଆରମ୍ଭ କରିଥିବା ବେଳେ ଅପରାଧୀଙ୍କ ଟେର ପାଇନି ।

ଅପରପକ୍ଷେ ଗତ ଚାରି ଦିନ ଭିତରେ ଏହା ହେଉଛି ଗଣମାଧ୍ୟମ ଉପରେ ତୃତୀୟ ଆକ୍ରମଣ । ଭୁବନେଶ୍ୱରରେ ମହାରାଜା ସିନେମାହଲରେ ପ୍ରମେୟ ଖବରକାଗଜ ସାମ୍ବାଦିକ କପିଳ ପ୍ରଧାନଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ପରେ ସମାଜ ଖବରକାଗଜର କର୍ମଚାରୀଙ୍କୁ ଲୁଟ ପାଇଁ ହାଣି ମାରିଦେଇଥିଲେ ଦୃବୁର୍ତ୍ତ । ଆଉ ଆଜି ଖବର ପ୍ରସାରଣକୁ ନେଇ ପଟ୍ଟାମୁଣ୍ଡାଇରେ ସାମ୍ବାଦିକଙ୍କୁ ଆକ୍ରମଣ । ଲଗାତର ଏଭଳି ଘଟଣା ସାମ୍ନାକୁ ଆସୁଥିଲା ବେଳେ ଲାଗୁଛି ଯେମିତି ସାମ୍ବାଦିକମାନେ ଅସୁରକ୍ଷିତ ହୋଇ ପଡୁଛନ୍ତି । ଓଡିଶାରେ ସାମ୍ବାଦିକ ସୁରକ୍ଷା ଆଇନ ଲାଗୁ କରିବା ପାଇଁ ବାରମ୍ବାର ଦାବୀ ହୋଇ ଆସୁଥିଲେ ବି ଏଥିପ୍ରତି ସରକାର ଦୃଷ୍ଟି ଦେଉନଥିବା ବରିଷ୍ଠ ସାମ୍ବାଦିକମାନେ ମତ ପ୍ରକାଶ କରିଛନ୍ତି ।

Related Posts