ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ବଡ଼ ନିଷ୍ପତ୍ତି, 21 ଫେବ୍ରୁଆରୀରେ ଶିଳାନ୍ୟାସ

୧୦ ଫେବ୍ରୁଆରୀରେ ଅଯୋଧ୍ୟା ଯାତ୍ରା କରିବେ ସାଧୁସନ୍ଥ

ପ୍ରୟାଗରାଜରେ ଚାଲିଥିବା ସାଧୁସନ୍ଥ ଧର୍ମ ସଂସଦରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ବାବଦରେ ବଡ ନିଷ୍ପତ୍ତି ହୋଇଛି । ଜଗତଗୁରୁ ସ୍ବାମୀ ସ୍ବରୂପାନନ୍ଦ ସରସ୍ବତୀଙ୍କ ପରମ ଧର୍ମ ସଂସଦରେ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ତାରିଖ ଘୋଷଣା ହୋଇଛି । ଫେବ୍ରୁଆରୀ 21 ତାରିଖରେ ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ ହେବ ବୋଲି ସ୍ଥିର ହୋଇଛି ।

ନନ୍ଦା, ଭଦ୍ରା, ଜୟା ଓ ପୂର୍ଣ୍ଣା ନାମକ ଶିଳାରେ ମନ୍ଦିରର ଶିଳାନ୍ୟାସ କରାଯିବ । ଏ ସବୁ ଶିଳା ଜଗତଗୁରୁ ସ୍ବାମୀ ସ୍ବରୂପାନନ୍ଦଙ୍କୁ ପ୍ରଦାନ କରିଦିଆଯାଇଛି । ରାମ ମନ୍ଦିର ନିର୍ମାଣ ପାଇଁ ଶାନ୍ତିପୂର୍ଣ୍ଣ ଓ ଅହିଂସା ଉପାୟରେ ଆନ୍ଦୋଳନ ହେବ । ମନ୍ଦିର ଜମି ପ୍ରଦାନ କରାଯିବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଧର୍ମ ସଂସଦରେ ନିଷ୍ପତ୍ତି ହୋଇଛି ।

ଗୋଟିଏ ପଟେ ରାମ ମନ୍ଦିର ଜମି ବିବାଦକୁ ନେଇ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଥିବାବେଳେ ବିବାଦ ନ ଥିବା 67 ଏକର ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ଦେବା ପାଇଁ ସର୍ବୋଚ୍ଚ ଅଦାଲତରେ ଆବେଦନ କରିଛନ୍ତି ସୁପ୍ରିମକୋର୍ଟ । ଏହା ଭିତରେ ମନ୍ଦିର ପାଇଁ ଶିଳାନ୍ୟାସ କରିବାକୁ ନିଷ୍ପତ୍ତି ନେଇଛନ୍ତି ସନ୍ଥ ।

Related Posts