ଅମ୍ଲଜାନ ସଂକଟର ଉତ୍କଟ ରୂପ ; ଦିଲ୍ଲୀର ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଚାଲିଗଲା ୨୫ ରୋଗୀଙ୍କ ଜୀବନ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଦିଲ୍ଲୀରେ ଅମ୍ଲଜାନ ସଂକଟ ଦିନକୁ ଦିନ ଗମ୍ଭୀର ରୂପ ନେବାରେ ଲାଗିଛି । ଡାକ୍ତରଖାନାରେ ଭର୍ତ୍ତି ହେଉଥିବା ରୋଗୀ ଅମ୍ଲଜାନ ଅଭାବରୁ ପ୍ରାଣ ହରାଉଛନ୍ତି । ଆଜି ଦିଲ୍ଲୀର ଜୟପୁର ଗୋଲ୍ଡେନ ହସ୍ପିଟାଲରେ ଅକ୍ସିଜେନ ଅଭାବରୁ ୨୫ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଅପରପକ୍ଷେ ଜୟପୁର ଗୋଲ୍ଡେନ ହସ୍ପିଟାଲର ଡାକ୍ତର ବାଲୁଜା କହିଛନ୍ତି , “ସରକାରଙ୍କ ତରଫରୁ ଆମକୁ ୩.୫ ମେଟ୍ରିକ୍ ଟନ୍ ଅମ୍ଲଜାନ ଆବଣ୍ଟନ କରାଯାଇଥିଲା । ଏହାର ଯୋଗାଣ ଆମ ନିକଟରେ ସଂନ୍ଧ୍ୟା ୫ଟା ସୁଦ୍ଧା ପହଞ୍ଚିବାର ଥିଲା , କିନ୍ତୁ ଏହା ମଧ୍ୟରାତ୍ରରେ ପହଞ୍ଚିଥିଲା । ସେତେବେଳକୁ ୨୫ ଜଣ ରୋଗୀ ପ୍ରାଣ ହରାଇଥିଲେ । ” ଡାକ୍ତାରଖାନାରେ ଭର୍ତ୍ତି ହୋଇଥିବା ଅତି କମ୍‌ରେ ୨୧୫ କୋଭିଡ ରୋଗୀ ଗୁରୁତର ଏବଂ ଅମ୍ଲଜାନର ଅତ୍ୟଧିକ ଆବଶ୍ୟକ ବୋଲି ସେ କହିଛନ୍ତି । ଅମ୍ଲଜାନ ସହାୟତା ପାଇଁ ହସ୍ପିଟାଲ ଏବେ ଦିଲ୍ଲୀ ହାଇକୋର୍ଟ ପହଞ୍ଚିଛି । ଜୟପୁର ଗୋଲ୍ଡେନ ହସ୍ପିଟାଲ କହିଛି , “ଗତ କିଛି ସମୟ ମଧ୍ୟରେ ଆମ ଡାକ୍ତରଖାନାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ଆମେ ୨୫ ଜଣକୁ ହରାଇସାରିଛୁ । ଆମର ଅମ୍ଲଜାନର ଆବଶ୍ୟକତା ରହିଛି । ଆପଣଙ୍କ ପୂର୍ବରୁ ଆମର ଡାକ୍ତର ଅଛନ୍ତି । ଦୟାକରି ଜୀବନ ରକ୍ଷା କରନ୍ତୁ । ”

Related Posts