ଟ୍ୱିଟର ଏବେ କେନ୍ଦ୍ର ପାଇଁ ବୋଝ ହୋଇପଡିଛି, ତେଣୁ ଏହାକୁ ଫିଙ୍ଗିବାକୁ ଚାହୁଁଛି: ଶିବସେନା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କେନ୍ଦ୍ର ସରକାର ଏବଂ ଟ୍ୱିଟର ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ଏନେଇ ସାମନା ପତ୍ରିକାର ମୁଖପାତ୍ର ବଡ଼ ବୟାନ ଦେଇଛନ୍ତି । ତେବେ ବର୍ତ୍ତମାନ ଟ୍ୱିଟର କେନ୍ଦ୍ର ସରକାରଙ୍କ ପାଇଁ ଅଦରକାରୀ ସାଜିଛି । ତେଣୁ କେନ୍ଦ୍ର ସରକାର ଏହାକୁ ଫିଙ୍ଗିବାକୁ ଚାହୁଁଛନ୍ତି ବୋଲି କହି ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ସାମନା ପ୍ରତିକାର ମୁଖପାତ୍ର । ଏହା ପୂର୍ବରୁ ଟ୍ୱିଟର ବିଜେପି କିମ୍ବା ମୋଦୀ ସରକାରଙ୍କ ପାଇଁ ରାଜନୌତିକ ସଂଘର୍ଷ ହେଉ କିମ୍ବା ମୋଦୀ ସରକାରଙ୍କ ପ୍ରଚାର ପ୍ରସାର ପାଇଁ ଏହାକୁ ବ୍ୟବହାର କରାଯାଉଥିଲା । ଆଜିର ତାରିଖରେ ସମସ୍ତ ଗଣମାଧ୍ୟମ ଓ ଟ୍ୱିଟର ଭଳି ମାଧ୍ୟମ ମୋଦୀ ସରକାରଙ୍କ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ରହିଛି । ଅନ୍ୟପଟେ ନିର୍ବାଚନ ପ୍ରଚାର ସମୟରେ ଶାସକ ଦଳ ଅନଲାଇନରେ ଅଧିକ ସକ୍ରିୟ ରହିଥାନ୍ତି । କେବଳ ଏତିକି ନୁହେଁ ବରଂ ଗତ କିଛି ବର୍ଷ ମଧ୍ୟରେ ସୋସିଆଲ ମିଡିଆରେ କାଦୁଅ ଫିଙ୍ଗିବା, ଚରିତ୍ର ହତ୍ୟା ଅଭିଯାନ ଆଦି ଏହି ସୋସିଆଲ ମିଡ଼ିଆ ମାଧ୍ୟମ ଗୁଡ଼ିକ ସାହାଯ୍ୟରେ ଚାଲିଛି । ସବୁଠାରୁ ରୋଚକ କଥାଟି ହେଉଛି ଏହାର ସମ୍ପୂର୍ଣ୍ଣ ଉପଯୋଗ କିପରି କରାଯିବ ତାହା ବିଜେପି ବ୍ୟତୀତ ଅନ୍ୟ କୌଣସି ରାଜନୌତିକ ଦଳ ଜାଣି ନଥିଲେ। 2014 ମସିହାରେ ପ୍ରଥମ ଥର କରି ବିଜେପି ଏହି କାର୍ଯ୍ୟକୁ ଆୟତ୍ତ କରିଥିଲା। ଏପରି କରିବା ଦ୍ବାରା ବିଜେପି ସେହି ସମୟର ସାଇବର ଦୁନିଆରେ ଅଧିକ ସକ୍ରିୟ ଥିଲା ଏବଂ ଭୂମିରେ କମ୍ ଥିଲା। ଅପରିପକ୍ଷେ ଯଦି ଆମେ ଡକ୍ଟର ମନମୋହନ ସିଂଙ୍କ ପରି ଜଣେ ବରିଷ୍ଠ ନେତାଙ୍କୁ ଦେଖିବା ତାହାଲେ ସେ ଏହାକୁ ବ୍ୟବହାର କରିଛନ୍ତି କି ବୋଲି ସିଧାସଳଖ ସାମନା ପତ୍ରିକାର ମୁଖପାତ୍ର ପ୍ରଶ୍ନ କରିଥିଲେ । କିନ୍ତୁ ବର୍ତ୍ତମାନ ବିରୋଧୀମାନେ ମଧ୍ୟ ଟ୍ୱିଟରକୁ କିପରି ପ୍ରଭାବଶାଳୀ ଭାବରେ ବ୍ୟବହାର କରିବେ ତାହା ସିଖିଯାଇଛନ୍ତି । ଏହାର ଉଦାହରଣ ଆମେ ପଶ୍ଚିମବଙ୍ଗ ଏବଂ ବିହାର ଭଳି ରାଜ୍ୟରେ ଦେଖିପାରିବା । ଯେପର୍ଯ୍ୟନ୍ତ ଏହି ଆକ୍ରମଣ ଏକପାଖିଆ ଢଙ୍ଗରେ ଚାଲିଥିଲା ​​ବିଜେପି ସଦସ୍ୟମାନେ ଖୁସି ଥିଲେ ଏବଂ ଟ୍ୱିଟର ତାଙ୍କ ପାଇଁ ବହୁତ୍ ପ୍ରଭାବଶାଳୀ ଆପ ଥିଲା । କିନ୍ତୁ ଯେତେବେଳେ ବିରୋଧୀ ଦଳମାନେ ଏହି ଆପର ସମାନ ଢଙ୍ଗରେ ବ୍ୟବହାର କଲେ ସେତେବେଳେ ବିଜେପି କ୍ୟାମ୍ପରେ ଆତଙ୍କ ଖେଳିଯାଇଥିଲା। ସେହିପରି ମହାମାରୀ କରୋନା ସମୟରେ ସରକାରଙ୍କ ଭୁଲ ପରିଚାଳନା ବିଷୟରେ ଟ୍ୱିଟର ପରି ସୋସିଆଲ ମିଡିଆ ପ୍ଲାଟଫର୍ମ ସବୁକିଛି ତଥ୍ୟ ସାମ୍ନାକୁ ଆଣିଥିଲା । ଗଙ୍ଗାରେ ପ୍ରବାହିତ ମୃତ ଦେହ, ବାରାଣାସୀ ଏବଂ ଗୁଜୁରାଟରେ କ୍ରମାଗତ ଭାବେ ଜଳୁଥିବା ମୃତଦେହକୁ ଦୁନିଆ ଆଗରେ ପହଞ୍ଚାଇ ଥିଲା । ବାସ୍ ଏହା ପରେ ଆରମ୍ଭ ହୋଇଯାଇଥିଲା କେନ୍ଦ୍ର ଆଉ ଟ୍ୱିଟର ମଧ୍ୟରେ ନୂତନ ସୂଚନା ପ୍ରଯୁକ୍ତିବିଦ୍ୟା ନିୟମକୁ ନେଇ ବିବାଦ । ଅନ୍ୟପଟେ କିଛିଦିନ ପୂର୍ବରୁ କେନ୍ଦ୍ରସରକାର ପୁଣି ଥରେ ନୂତନ ଆଇଟି ନିୟମ ମାନିବାକୁ ଟ୍ୱିଟରକୁ ଶେଷ ବିଜ୍ଞପ୍ତି ପଠାଯାଇଛି ବୋଲି ସୂଚନା ମିଳିଛି ।

Related Posts