​​ନାମାଙ୍କନ ପ୍ରତ୍ୟାହାର ପାଇଁ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କୁ ‘ଲାଞ୍ଚ’ ଦେଇଥିବା ଅଭିଯୋଗରେ କେରଳ ବିଜେପି ସଭାପତି କେ ସୁରେନ୍ଦ୍ରନ୍ ଙ୍କ ବିରୋଧରେ ମାମଲା ରୁଜୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : କରେଳ ବିଜେପି ପାଇଁ ଦିନକୁ ଦିନ ଅଡୁଆ ବଢିବାରେ ଲାଗିଛି। କାସାରାଗୋଡ ପୋଲିସ ଏବେ କେରଳ ବିଜେପି ଅଧ୍ୟକ୍ଷ କେ ସୁରେନ୍ଦ୍ରନଙ୍କ ବିରୋଧରେ ମାମଲା ରୁଜୁ କରିଛି। ନିକଟରେ ଶେଷ ହୋଇଥିବା କେରଳ ବିଧାନସଭା ନିର୍ବାଚନରେ ​​ମନଜେଶ୍ୱରମ୍ ଆସନରୁ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କୁ ଲାଞ୍ଚ ଦେଇଥିବା ଅଭିଯୋଗରେ ସୁରେନ୍ଦ୍ରନଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ତେବ ସୁରେନ୍ଦ୍ରନଙ୍କ ବିରୋଧରେ ଲାଗିଥିବା ଆରୋପକୁ ବିଜେପି ଖଣ୍ଡନ କରିବା ସହ ବିରୋଧୀ ଦଳ ତାଙ୍କ ବିରୋଧରେ ଷଡଯନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି । ନିର୍ବାଚନ ଅଧିକାରର ଉଲ୍ଲଙ୍ଘନ ଏବଂ ପ୍ରତିଦ୍ୱନ୍ଦୀ ପ୍ରାର୍ଥୀଙ୍କୁ ଲାଞ୍ଚ ଯାଚିବା ଅଭିଯୋଗରେ କାସାରାଗୋଡ୍ ପୋଲିସ୍ ଆଇପିସି ଧାରା 171 (ବି) ଏବଂ 171 (ଇ) ଅନୁଯାୟୀ ସୁରେନ୍ଦ୍ରନଙ୍କ ବିରୋଧରେ ମାମଲା ପଞ୍ଜିକୃତ କରିଛି। ସିପିଆଇ (ଏମ୍) ନେତା ଭି ଭି ରମେଶନ୍ ସୁରେନ୍ଦ୍ରନଙ୍କ ବିରୋଧରେ ଏଫ୍ଆଇଆର୍ ପଞ୍ଜିକରଣ ପାଇଁ ପୋଲିସକୁ ନିର୍ଦ୍ଦେଶ ଦେବା ପାଇଁ ସେ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟରେ ୟାଚିକା ଦାୟର କରିଥିଲେ। ସିପିଆଇ (ଏମ୍) ନେତାଙ୍କ ଅଭିଯୋଗ ଆଧାରରେ
ଏଫ୍ଆଇଆର୍ ପଞ୍ଜିକରଣ ପାଇଁ ଜୁଡିସିଆଲ୍ ମାଜିଷ୍ଟ୍ରେଟ୍ କୋର୍ଟ କାସାରାଗୋଡ୍ ପୋଲିସକୁ ନିର୍ଦ୍ଦେଶ ଦେଇଥିଲେ। ରମେଶାନ୍ ମଧ୍ୟ ସେହି ନିର୍ବାଚନମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରି ତୃତୀୟ ସ୍ଥାନରେ ଥିଲେ। ଏହି ନିର୍ବାଚନ ମଣ୍ଡଳୀରେ IUML ପ୍ରାର୍ଥୀ ଏ କେ ଏମ୍ ଆଶ୍ରାଫ୍ ବିଜୟୀ ହୋଇଥିଲେ । ଶନିବାର ଦିନ ବିଏସପି ନେତା କେ ସୁନ୍ଦରା ଅଭିଯୋଗ କରିଛନ୍ତି ଯେ ବିଜେପି ତାଙ୍କୁ ​​ମନଜେଶ୍ୱରମ୍ ଆସନରୁ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ଅଢେଇ ଲକ୍ଷ ଟଙ୍କା ଲାଞ୍ଚ ଯାଚିଥିଲେ ଏବଂ ତାଙ୍କୁ ଏକ ସ୍ମାର୍ଟଫୋନ୍ ମଧ୍ୟ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ୨୦୧୬ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ସୁନ୍ଦରାରା ସେତେବେଳେ ୫୦୦ ରୁ କମ୍ ଭୋଟ୍ ପାଇଥିଲେ। ସେ ଦାବି କରିଛନ୍ତି ଯେ ନାମାଙ୍କନ ପ୍ରତ୍ୟାହାର ପାଇଁ ସେ ୧୦ ଲକ୍ଷ ଟଙ୍କା ମାଗିଥିଲେ । ସୁନ୍ଦର ଦେଇଥିବା ସୂଚନା ମୁତାବକ ତାଙ୍କୁ କର୍ଣ୍ଣାଟକରେ ଏକ ୱାଇନ୍ ପାର୍ଲର ଏବଂ ଏକ ଘର ଦିଆଯିବ ବୋଲି ବିଜେପି ଅଧ୍ୟକ୍ଷ କହିଥିଲେ । ପୋଲିସ ସୁନ୍ଦରାରଙ୍କ ବୟାନ ରେକର୍ଡ କରିଛି, ଯେଉଁଥିରେ ସେ ଦାବି କରିଛନ୍ତି ଯେ ତାଙ୍କୁ ସ୍ଥାନୀୟ ବିଜେପି ନେତାମାନେ ଅପହରଣ କରିନେଇଥିଲେ। ଏବଂ ବିଏସପି ପ୍ରାର୍ଥୀ ଭାବେ ନାମାଙ୍କନ ପ୍ରତ୍ୟାହାର କରିବା ପାଇଁ ବାଧ୍ୟ କରାଇଥିଲେ। ସୁନ୍ଦରରାଙ୍କୁ ବିଜେପିରେ ଯୋଗ ଦେଇଥିଲେ। ମାର୍ଚ୍ଚ ୨୧ ରେ ସୁନ୍ଦରା ନିର୍ବାଚନ ରେସ୍ ରୁ ଓହରି ଯାଇଥିଲେ । ସୁନ୍ଦରାଙ୍କ କହିବା ଅନୁସାରେ, ରାଜ୍ୟ ବିଜେପିର ପୂର୍ବତନ ଯୁବ ମୋର୍ଚ୍ଚା କୋଷାଧ୍ୟକ୍ଷ ସୁନୀଲ ନାୟକ କାସାରାଗୋଡ ସ୍ଥିତ ବାଦିଆଦୁକା ଗ୍ରାମରେ ଥିବା ତାଙ୍କ ଘରକୁ ଯାଇଥିଲେ। ଏହା ପରେ ସେ ​​ନାମାଙ୍କନ ପ୍ରତ୍ୟାହାର କରିବା ନେଇ ଫେସବୁକ୍ ରେ ସୂଚନା ଦେଇଥିଲେ। ଅନ୍ୟପକ୍ଷରେ ତିନି ଦିନ ପୂର୍ବେ କେରଳର ବହୁ ଚର୍ଚ୍ଚିତ ହାଇୱେ ଡକାୟତି ମାମଲାରେ ସୁନୀଲଙ୍କ ନାମ ମଧ୍ୟ ଚର୍ଚ୍ଚା ହୋଇଥିଲା। ତେବେ ସୁନିଲ ପୋଲିସକୁ କହିଥିଲେ ଯେ ସେ ରିଆଲିଷ୍ଟେଟରେ ଇନଭେଷ୍ଟମେଣ୍ଟ ପାଇଁ ପାଇଁ ଆରଏସଏସ କର୍ମୀ ଏ କେ ଧର୍ମରାଜଙ୍କୁ ୨୫ ଲକ୍ଷ ଟଙ୍କା ଦେଇଥିଲେ। ଏବଂ ହାଇୱେ ଡକାୟତିରେ ସେ ୨୫ ଲକ୍ଷ ଟଙ୍କା ହରାଇଛନ୍ତି ବୋଲି ଧର୍ମରାଜ ଦାବି କରିଛନ୍ତି। କିନ୍ତୁ ପୋଲିସ ବର୍ତ୍ତମାନ ସୁଦ୍ଧା ୧ କୋଟିରୁ ଅଧିକ ଟଙ୍କା ଜବତ କରିଛି। ସିପିଏମ୍ ବିରୋଧରେ ଆସିଥିବା ଗୋଲ୍ଡ୍ ସ୍କାମ୍ ଅଭିଯୋଗ ଏବଂ ବିଜେପି ବିରୋଧରେ ହାଇୱେ ଡକାୟତି ମାମଲା ଚାପି ଦେବା ପାଇଁ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇଥିବା ନେଇ କଂଗ୍ରେସ ଅଭିଯୋଗ କରିଛି।

Related Posts