କେନ୍ଦ୍ର ଉପରେ ବର୍ଷିଲେ ରାହୁଲ ଗାନ୍ଧୀ , କହିଲେ -” ଟିକା ନାହିଁ , ମୋଦୀ ସରକାର ବ୍ଲୁ ଟିକ୍ ପାଇଁ ଲଢୁଛନ୍ତି “

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ଗତ କିଛି ଦିନ ହେବ ଆଇଟି ନିୟମକୁ ନେଇ ମାଇକ୍ରୋ ବ୍ଲଗିଂ ସାଇଟ ଟ୍ବିଟର ଏବଂ କେନ୍ଦ୍ର ସରକାରଙ୍କ ମଧ୍ୟରେ ତିକ୍ତତା ବୃଦ୍ଧି ପାଇଛି। ନିକଟରେ ଟ୍ୱିଟରରେ ବ୍ଲୁ ଟିକ୍ କୁ ନେଇ ଦେଖାଦେଇଥିବା ବିବାଦକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମୋଦୀ ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ୍ ଟ୍ବିଟ୍ କରି କହିଛନ୍ତି , ” ମୋଦି ସରକାର ବ୍ଲୁ ଟିକ୍ ପାଇଁ ଲଢୁଛନ୍ତି। ଯଦି ଆପଣ କୋଭିଡ ଟିକା ଚାହୁଁଛନ୍ତି ତେବେ ଆତ୍ମନିର୍ଭରଶୀଳ ହୁଅନ୍ତୁ ! ” ଭାରତର ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ରାଷ୍ଟ୍ରିୟ ସ୍ବୟଂ ସେବାକ ସଂଗଠନ (ଆରଏସଏସ) ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନେକ ବଡ ବଡ ନେତାଙ୍କ ଟ୍ୱିଟର ହ୍ୟାଣ୍ଡେଲରୁ ବ୍ଲୁ ଟିକ୍ ହଟାଇ ଦେବାକୁ ନେଇ କେନ୍ଦ୍ର ସରକାର ଏବଂ ମାଇକ୍ରୋ ବ୍ଲଗିଂ ସାଇଟ ଟୁଇଟର ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଟ୍ୱିଟରର ଏହି ପଦକ୍ଷେପକୁ ନେଇ କେନ୍ଦ୍ର ସରକାର ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ କିଛି ସମୟ ପରେ ପୁଣିଥରେ ସେହି ନେତାମାନଙ୍କର ଟ୍ବିଟର ହ୍ୟାଣ୍ଡେଲ ରେ ବ୍ଲୁ ଟିକ୍ ଦେଖିବାକୁ ମିଳିଥିଲା। ଅପରପକ୍ଷରେ ତୁରନ୍ତ ପ୍ରଭାବ ସହିତ ନୂତନ ଆଇଟି ନିୟମ ମାନିବାକୁ କେନ୍ଦ୍ର ସରକାର ଟ୍ବିଟରକୁ ଚେତାବନୀ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ଏପର୍ଯ୍ୟନ୍ତ 23,13,22,417 ଲୋକଙ୍କୁ କରୋନା ଟିକା ଦିଆଯାଇଛି।

Related Posts