ଜଳେଶ୍ଵରରେ ଓଲଟିଲା ୧୪ଚକିଆ ପିଆଜ ବୋଝେଇ ଟ୍ରକ୍: ଉଭୟ ଡ୍ରାଇଭର ଏବଂ ହେଲପର ଗୁରୁତର

ଜଳେଶ୍ବର: ଓଲଟିଲା ୧୪ଚକିଆ ପିଆଜ ବୋଝେଇ ଟ୍ରକ୍ । ଫଳରେ ଏହି ଦୁର୍ଘଟଣାରେ ଉଭୟ ଡ୍ରାଇଭର ଏବଂ ହେଲପର ଗୁରୁତର ଆହତ ହୋଇଛନ୍ତି । ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଯୋଗୁଁ ରାସ୍ତା କଡ଼ ପୋଖରୀକୁ ଖସିପଡିଥିବା ପ୍ରତ୍ୟକ୍ଷଦର୍ଶୀ ମାନେ କହିଛନ୍ତି। ଉଭୟଙ୍କୁ ଉଦ୍ଧାର କରାଯାଇ ବସ୍ତା ଡାକ୍ତରଖାନରେ ଭର୍ତ୍ତି କରାଯାଇଛି ।

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ଭୋର ସମୟରେ ନାସିକରୁ ଏକ ୧୪ଚକିଆ ଟ୍ରକ୍ ପିଆଜ ବୋଝେଇ କରି ସିଂଲା ଥାନା ପାଉଁଶକୁଲକୁ ଆସୁଥିଲା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଡ୍ରାଇଭରଙ୍କ ବେପାରୁଆ ଗାଡି ଚାଳନା ଯୋଗୁଁ ରାସ୍ତା ଭେଲୋରା ବାଇତପଡାଠାରେ ପୋଖରୀକୁ ଟ୍ରକଟି ଓଲଟି ପଡିଥିଲା । ଫଳରେ ଡ୍ରାଇଭର ଏବଂ ହେଲପର ଉଭୟ ଟ୍ରକ୍ ଆଗ କାଚ ଭାଙ୍ଗି ବାହାରିଥିବା ବେଳେ ଗୁରୁତର ହୋଇଥିଲେ । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବସ୍ତା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ଏନେଇ ଖବର ପାଇ ଘଟଣାସ୍ଥଳରେ ସିଂଲା ପୋଲିସ ପହଞ୍ଚି ଟ୍ରକକୁ ଜବତ କରି ତଦନ୍ତ ଜାରି ରଖିଛି ।

Related Posts