(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କେରଳ ସୁନା ଚୋରା ଚାଲାଣ ମାମଲାରେ ଦୁଇ ପ୍ରମୁଖ ଅଭିଯୁକ୍ତ କେରଳ ମୁଖ୍ୟମନ୍ତ୍ରୀଙ୍କୁ ନେଇ ବଡ ବୟାନ ଦେଇଛନ୍ତି । ତେବେ ମୁଖ୍ରମନ୍ତ୍ରୀ ପିନାରାଇ ବିଜୟ ୨୦୧୭ ମସିହାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ସଂଯୁକ୍ତ ଆରବ ଗସ୍ତ କରିବା ପାଇଁ ଟଙ୍କା ପଠାଉଥିଲେ ବୋଲି ଦୁଇ ପ୍ରମୁଖ ଅଭିଯୁକ୍ତ ଖୁଲାସା କରିଛନ୍ତି । ଏହି ଟଙ୍କା ଥିରୁବନ୍ତପୁରମ କନସୁଲାର ଅଧିକାରୀଙ୍କ ମାଧ୍ୟମରେ ଟଙ୍କା ପଠାଯାଇଥିଲା ବୋଲି ଅଭିଯୁକ୍ତ ଦୁଇ ଜଣ ସ୍ପଷ୍ଟ କରିଛନ୍ତି । ଅପରିପକ୍ଷରେ ଜୁଲାଇ ୨୬ ତାରିଖରେ ୬ ଜଣଙ୍କୁ ଦିଆଯାଇଥିବା ଏକ କାରଣ ଦର୍ଶାଅ ନୋଟିସରେ କଷ୍ଟମ ବିଭାଗର ୟୁଏଇ କନସୁଲେଟର ପୂର୍ବତନ କର୍ମଚାରୀ ସରିଥ ପିଏସ ଏବଂ ସ୍ୱପ୍ନ ସୁରେଶଙ୍କୁ ଏହି ଅଭିଯୋଗ କରାଯାଇଥିଲା । ଅନ୍ୟପଟେ ଅଗଷ୍ଟ ୨୦୧୯ ମସିହାରେ ସୁନା ଚୋରା ଚାଲାଣ ମାମଲାର ଅନୁସନ୍ଧାନ କରୁଥିବାବେଳେ କଷ୍ଟମ ବିଭାଗ ଜାଣିବାକୁ ପାଇଥିଲା ଯେ କନସୁଲେଟରର ପୂର୍ବତନ ଆର୍ଥିକ ମୁଖ୍ୟ ଖାଲେଦ ମହମ୍ମଦ ଅଲ ଶୋକ୍ରିଙ୍କ ଦ୍ୱାରା ୧.୪୧ କୋଟି ଟଙ୍କାର ବେଆଇନ ରପ୍ତାନି ହୋଇଥିବାର ଅଭିଯୋଗ ହୋଇଥିଲା ।
ଏନେଇ ଶୋକ୍ରି, ସରି, ସୁରେଶ ଏବଂ ଅନ୍ୟ ତିନିଜଣଙ୍କୁ କାରଣ ଦର୍ଶାଅ ନୋଟିସ ପଠାଯାଇଛି । ଏବଂ ସେମାନେ ଗୋଟିଏ ମାସ ଭିତରେ ଏହାର ଉତ୍ତର ଦେବାକୁ କୁହାଯାଇଥିବାର ସୂଚନା ମିଳିଛି । କଷ୍ଟମ ବିଭାଗକୁ ସୁରେଶଙ୍କ କହିବା ଅନୁସାରେ, ୨୦୧୭ ମସିହାରେ ବିଜୟ ଏକ ସରକାରୀ ଗସ୍ତରେ ୟୁଏଇ ଯିବାର ଗୋଟିଏ ଦିନ ପରେ ତାଙ୍କ ପୂର୍ବତନ ମୁଖ୍ୟ ଶାସନ ସଚିବ ଏମ ସିଭାସାନକର ତାଙ୍କ ସହ ଯୋଗାଯୋଗ କରି କହିଥିଲେ ଯେ ଏକ ପ୍ୟାକେଜ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଛି । ଏହା ପରେ ସୁରେଶ ଥିରୁବନଥପୁରମରେ ୟୁଏଇର କନସୁଲ ଜେନେରାଲଙ୍କ ସହ ଯୋଗାଯୋଗ କରି ଏହାକୁ ପରିବହନ ପାଇଁ ବ୍ୟବସ୍ଥା କରିଥିଲେ ବୋଲି କଷ୍ଟମ ବିଭାଗକୁ ଦର୍ଶାଇଛନ୍ତି । ସୁରେଶ ଆହୁରି ମଧ୍ୟ କହିଛନ୍ତି ଯେ କନସୁଲ ଜେନେରାଲଙ୍କ ନିକଟକୁ ପ୍ୟାକେଟ ଆଣିଥିବା ସରିଥ ତାଙ୍କୁ କହିଥିଲେ ଯେ ଏକ୍ସ-ରେ ସ୍କ୍ରିନିଂ ସମୟରେ ସେ ଜାଣିବାକୁ ପାଇଥିଲେ ଯେ ଏଥିରେ ମୁଦ୍ରା ନୋଟ ରହିଛି ।
ଏହା ପରେ କଷ୍ଟମ ବିଭାଗ ଦାବି କରିଛି ଯେ ସରିଥ ଏହି ପ୍ୟାକେଜକୁ ଏକ୍ସ-ରେ ମେସିନରେ ରଖିଥିଲେ ଏବଂ ତାଙ୍କ ପ୍ୟାକେଟରେ ମୁଦ୍ରା ଏବଂ ଅନ୍ୟାନ୍ୟ ଜିନିଷ ଥିବାର ଜାଣିବାକୁ ପାଇଥିଲେ । ଅନ୍ୟପଟେ ବିଜୟଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଅଭିଯୋଗକୁ ଖାରଜ କରିଦିଆଇଛି । ତାଙ୍କ କାର୍ଯ୍ୟାଳୟ କହିଛି ଯେ ଏହି ପ୍ରସଙ୍ଗରେ କୌଣସି ପ୍ରତିକ୍ରିୟା ଆବଶ୍ୟକ ନାହିଁ । ଅତୀତରେ ଏନେଇ ଅନେକ ବିତର୍କ ହୋଇଥିଲା । ବର୍ତ୍ତମାନ ଏହି ମାମଲା ଆମକୁ କୌଣସି ପ୍ରକାର ପ୍ରଭାବିତ କରିପାରିବ ନାହିଁ । ଅତୀତରେ ମଧ୍ୟ କଷ୍ଟମ ବିଭାଗ ବିଜୟଙ୍କୁ ଏହି ମାମଲାରେ ଅନୁପଯୁକ୍ତ ବୋଲି ଅଭିଯୋଗ କରିଥିଲା। ମାର୍ଚ୍ଚରେ କେରଳ ହାଇକୋର୍ଟ କହିଛି ଯେ ବିଜୟ ଏବଂ ତାଙ୍କ ପୂର୍ବ କ୍ୟାବିନେଟରେ ତିନିଜଣ ମନ୍ତ୍ରୀ ୟୁଏଇ କନସୁଲେଟ୍ ମାଧ୍ୟମରେ ଚାଲିଥିବା ବେଆଇନ କାର୍ଯ୍ୟକଳାପ ବିଷୟରେ ଅବଗତ ଅଛନ୍ତି ଏବଂ ସେମାନେ “କିକବ୍ୟାକ୍” ପାଇଛନ୍ତି।
