କେରଳରେ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷ ନିଯୁକ୍ତି ସୃଷ୍ଟି କରିବେ ପିନାରାଇ ସରକାର

pinaray

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ କେରଳ ସରକାର ଏକ ମିଶନ ଆରମ୍ଭ କରିଛନ୍ତି। ଏହି ମିଶନ ମାଧ୍ୟମରେ ଆଗାମୀ ପାଞ୍ଚ ବର୍ଷ ମଧ୍ୟରେ ୨୦ ଲକ୍ଷ ଚାକିରି ସୁଯୋଗ ଉପଲବ୍ଧ ହେବ । ଏନେଇ କେରଳ ସରକାରଙ୍କ ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି । ଏହି ଅଧିକାରୀ କହିଛନ୍ତି ରାଜ୍ୟକୁ ଏକ ଜ୍ଞାନ ସମାଜ କରିବା ପାଇଁ ରଣନୀତି ଉପରେ ଆଲୋଚନା କରାଯାଇଛି। ଏନେଇ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟାନଙ୍କ ସରକାର କ୍ଷମତାକୁ ଆସିବା ପରେ ପ୍ରଥମ କ୍ୟାବିନେଟ ବୈଠକରେ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ଏହି ରଣନୀତି ପ୍ରସ୍ତୁତ କରାଯାଇଛି ବୋଲି କହିଛନ୍ତି । ଅପରିପକ୍ଷେ କେରଳ ସରକାରଙ୍କ ଜ୍ଞାନ ଅର୍ଥନୀତି ମିଶନ ମାଧ୍ୟମରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଛାତ୍ରମାନଙ୍କୁ ଦକ୍ଷତା ତାଲିମ ପ୍ରଦାନ କରାଯିବ।

ଏହା ସହ ସେଗୁଡ଼ିକ ପରିବର୍ତ୍ତିତ ସମୟ ସହିତ ଅନୁକୂଳ ହେବ । ଏହି ଯୋଜନାରେ ଯେଉଁମାନେ ବିଦେଶରେ ଚାକିରୀ ପଳାଇବା ପରେ ଦେଶକୁ ଫେରି ଆସିଛନ୍ତି ସେମାନଙ୍କୁ ସୁବିଧା ମିଳିବା ସହ ଯେଉଁମାନେ ଏଠାରେ ଶିକ୍ଷା ନେଇ ମଧ୍ୟ ବେକାର ଅଛନ୍ତି, ତାଙ୍କ ପାଇଁ ଏହି ଯୋଜନା ଫଳପ୍ରଦ ହେବ । କେବଳ ଏତିକି ନୁହେଁ ବରଂ ଏହି ଯୋଜନାରେ ଏପରି ଲୋକମାନେ ମଧ୍ୟ ସାମିଲ ଅଛନ୍ତି ଯେଉଁମାନେ ଅଧା ପାଠ ପଢି ବେକାର ଅଛନ୍ତି । ଏହି ଯୋଜନାକୁ ଫଳପ୍ରଦ କରିବା ପାଇଁ ପାଞ୍ଚ ବର୍ଷ ମଧ୍ୟରେ ୬ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆବ୍ରାହମ କହିଛନ୍ତି ।

ଅନ୍ୟପଟେ ଏହା ଏକ ବିଶାଳ ପ୍ଲାଟଫର୍ମ ହେବ ଯେଉଁଥିରେ ନିଯୁକ୍ତିଦାତା, ଚାକିରୀ ଖୋଜୁଥିବା ବ୍ୟକ୍ତି ଏବଂ ବିଭିନ୍ନ ପ୍ରକାରର ପ୍ରଶିକ୍ଷକ ସାମିଲ ହେବେ । ଏହା ସହ ବେସରକାରୀ କ୍ଷେତ୍ରରେ, ମନଷ୍ଟର୍ ଡଟ୍ କମ୍ ଏବଂ ଫ୍ରିଲାନ୍ସର୍ ଡଟ୍ କମ୍ ପରି ବୃହତ ନିଯୁକ୍ତି ପ୍ଲାଟଫର୍ମ ଅନ୍ତର୍ଜାତୀୟ ସ୍ତରରେ କାର୍ଯ୍ୟ ସରିଛି ବୋଲି ଆବ୍ରାହମ କହିଛନ୍ତି । ଏପରି ଏକ ନୂତନ ନିଯୁକ୍ତି ପ୍ଲାଟଫର୍ମ ପାଇଁ କେରଳ ଏହିପରି ବିଶ୍ୱସ୍ତରୀୟ ଏଜେନ୍ସିଗୁଡ଼ିକର ସାହାଯ୍ୟ ଏବଂ ସହଯୋଗ ଲୋଡିବ ବୋଲି ଆବ୍ରାହମ ସୂଚନା ଦେଇଛନ୍ତି ।

Related Posts