ୟୁପି ଉପ-ମୁଖ୍ୟମନ୍ତ୍ରୀଙ୍କ ନକଲି ଡିଗ୍ରୀ ସାର୍ଟିଫିକେଟ ଯାଞ୍ଚ କରିବା ପାଇଁ ନିର୍ଦ୍ଦେଶ ଦେଲେ କୋର୍ଟ

up

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଉତ୍ତରପ୍ରଦେଶ ଉପ-ମୁଖ୍ୟମନ୍ତ୍ରୀ କେଶବ ମୌର୍ଯ୍ୟଙ୍କ ନକଲି ସାର୍ଟିିଫିକେଟକୁ ନେଇ ହୋଇଥିବା ଅଭିଯୋଗର ତଦନ୍ତ ଲାଗି ପ୍ରୟାଗରାଜ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଅତିରିକ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟଙ୍କ ଏହି ମାମଲାର ପ୍ରାରମ୍ଭିକ ଯାଞ୍ଚ ପାଇଁ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ ଗୋଟିଏ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ପାଇଁ ପ୍ରୟାଗରାଜ କ୍ୟାଣ୍ଟନମେଣ୍ଟ ପୁଲିସକୁ କହିଛନ୍ତି । ଅପରିପକ୍ଷରେ ମାମଲାର ପରବର୍ତ୍ତୀ ଶୁଣାଣି ଅଗଷ୍ଟ ୨୫ରେ ହେବାକୁ ଯାଉଛି । ତେବେ କୋର୍ଟ ପୁଲିସକୁ ଯେଉଁ ବିନ୍ଦୁରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏଥିରେ ହିନ୍ଦି ସାହିତ୍ୟ ସମ୍ମିଳନୀରେ ଉପମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯାଇଥିବା ମଧ୍ୟମା ଦ୍ୱିତୀୟ ବର୍ଷର ଡିଗ୍ରୀ ପ୍ରମାଣିକ ଅଟେ କି ନାହିଁ ପ୍ରଥମେ ଏହା ଯାଞ୍ଚ କରିବା ପାଇଁ କହିଛନ୍ତି ।

ସେହିପରି ଏହି ସାର୍ଟିଫିକେଟକୁ ସେ ନିର୍ବାଚନୀ ସମୟରେ ବ୍ୟବହାର କରିଛନ୍ତି କି ନାହିଁ ? ଏବଂ ପେଟ୍ରୋଲ ପମ୍ପ ଲାଗି ସେ ଦାଖଲ କରିଥିବା ଶୈକ୍ଷିକ ଯୋଗ୍ୟତାରେ ନକଲି ସ୍କୁଲ ସାର୍ଟିଫିକେଟର ଉପଯୋଗ କରିଛନ୍ତି କି ନାହିଁ ? ଏସବୁକୁ ପୁଲିସ ପ୍ରଥମେ ତଦନ୍ତ କରି ରିପୋର୍ଟ ଦେଉ ବୋଲି କୋର୍ଟ କହିଛନ୍ତି । ଅନ୍ୟପଟେ ପ୍ରିୟଙ୍କା ଶ୍ରୀବାସ୍ତବ ବନାମ ଷ୍ଟେଟ ଅଫ ୟୁପି ମାମଲାରେ ସୁପ୍ରିମକୋର୍ଟ ଦେଇଥିôବା ରାୟ ଆଧାରରେ ଏସିଜେଏମଙ୍କ କୋର୍ଟ ଏହି ଆଦେଶ ଦେଇଛନ୍ତି । ୧୯ ମାର୍ଚ୍ଚ ୨୦୧୫ରେ ସୁପ୍ରିମକୋର୍ଟଙ୍କ ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଦାଲତ ଏହି ମାମଲାରେ ରାୟ ଦେଇଥିଲେ। ତେବେ ଉପମୁଖ୍ରମନ୍ତ୍ରୀଙ୍କ କଥିତ ନକଲୀ ଡିଗ୍ରୀ ସାର୍ଟିଫିକେଟ ମାମଲାରେ ଏହା ପୂର୍ବରୁ ଅଗଷ୍ଟ ୭ ତାରିଖରେ ଶୁଣାଣି ହୋଇଥିଲା ।

Related Posts