ଭାଇଭଉଣୀଙ୍କ ସଲୀଳ ସମାଧି

ମାଲକାନାଗିରି- ଗାଧୋଇବାକୁ ଯାଇ ପୋଖରୀରେ ଦୁଇ ଶିଶୁଙ୍କ ସଲୀଳ ସମାଧ । ଏଭଳି ଅଭାବନୀୟ ଘଟଣା ଘଟିଛି ମାଲକାନଗିରି କାଲିମେଳା ବ୍ଳକ ସାଲିମାରିକୁଣ୍ଡା ଗାଁରେ । ମୃତ ଶିଶୁ ଦୁଇଜଣ ସଂପର୍କୀୟ ଭାଇଭଉଣୀ ବୋଲି ଜଣାପଡିଛି ।

ଆଜି ସକାଳେ ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ ରାନୀ ପଡିଆମୀ ଓ ବିବେକ ମାଡକାରୀ । ଉଭୟ ସଂପର୍କୀୟ ଭାଇଭଉଣୀ ହୋଇଥିବା ବେଳେ ରାନୀର ବୟସ ୫ ବର୍ଷ ଓ ବିବେକର ବୟସ ୬ବର୍ଷ ବୋଲି ସୂଚନା ମିଳିଛି । ତେବେ ଦୀର୍ଘ ସମୟ ଧରି ଉଭୟ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । ପରେ ଗାଁ ପୋଖରୀରେ ଉଭୟଙ୍କ ଶବ ଭାସୁଥିବା ଦେଖି ସେମାନଙ୍କୁ ଉଦ୍ଧାର କରାଯାଇଥିଲେ ବି ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ ।

Related Posts