ବନ୍ଧୁକ ଦେଖାଇ ବନ୍ଧା ହେଲେ ଦୁଇ ଲୁଟେରା

ପିପିଲି- ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥରେ ରାହାଜାନୀ ଉଦ୍ୟମ ବେଳେ ଧରାପଡି ନିସ୍ତୁକ ଛେଚା ଖାଇଲେ ଦୁଇ ଯୁବକ । ନିକଟସ୍ଥ ନରେନ୍ଦ୍ରପୁରର ଶଶୀକାନ୍ତ ମହାପାତ୍ର ନାମକ ଜଣେ ବ୍ୟକ୍ତି ପିପିଲି ହାଟକୁ ଯାଉଥିବା ବେଳେ ସାତଶଙ୍ଖ ନିକଟ ଶିରିଆପୁର ଠାରେ ଏହି ଦୁଇ ସନ୍ଦିଗ୍ଧ ଯୁବକ ତାଙ୍କୁ ଅକଟାଇଥିଲେ । ଦୁଇଜଣ ଯାକ ଶଶିକାନ୍ତଙ୍କୁ ବନ୍ଧୁକ ଦେଖାଇ ଲୁଟ ଉଦ୍ୟମ କରୁଥିବା ବେଳେ ଶଶିକାନ୍ତଙ୍କ ଚିକ୍ରାର ଶୁଣି ଲୋକେ ରୁଣ୍ଡ ହୋଇ ଦୁଇ ଯୁବକଙ୍କୁ କାବୁ କରି ପକାଇଥିଲେ । ଦୁଇଜଣଙ୍କୁ ଖୁଂଟରେ ବାନ୍ଧି ନିର୍ଦ୍ଧୁମ ଛେଚିଥିଲେ ଲୋକେ । ପରେ ସାତଶଙ୍ଖ ଫାଣ୍ଡି ଓ ପିପିଲି ପୁଲିସ ଘଟଣାସ୍ଥଳରେ ପହଂଚି ଦୁଇ ଜଣଙ୍କୁ ଉଦ୍ଧାର କରି ଥାନାରେ ଅଟକ ରଖି ପଚରାଉଚୁରା ଚଳାଇଛି । ସେମାନଙ୍କ ନିକଟରୁ ଗୋଟିଏ କଳା ରଂଗର ପଲସର ଓ ବନ୍ଧୁକ ଜବତ ହୋଇଛି ।

Related Posts