ଉତ୍ତର ପ୍ରଦେଶର ଗୋରଖନାଥ ମନ୍ଦିର ସୁରକ୍ଷାରେ ମୁତୟନ ଥିବା ୨ସିପାହୀଙ୍କ ଉପରେ ଦୁର୍ବୃତ୍ତଙ୍କ ଆକ୍ରମଣ

ଗୋରଖପୁର: ଉତ୍ତର ପ୍ରଦେଶର ଗୋରଖନାଥ ମନ୍ଦିରର ଅଘଟଣ | ସୁରକ୍ଷା ପାଇଁ ମୁତୟନ ଥିବା ୨ ଜଣ ସିପାହୀଙ୍କୁ ଦୁର୍ବୃତ୍ତଙ୍କ ଆକ୍ରମଣ | ଦୁର୍ବୁତଙ୍କ ଆକ୍ରମଣର ଶିକାର ହେବା ପରେ ୨ ଜଣ ସିପାହୀ ଆହତ ହୋଇଛନ୍ତି। କୁହାଯାଉଛି ଯେ, ଗୋରଖପୁର ଅଞ୍ଚଳର ଅଭିଯୁକ୍ତ ନିକଟରେ ମୁମ୍ବାଇରୁ ଆସିଥିଲା। ମନ୍ଦିରରେ ଚେକିଂ ସମୟରେ ଦୁର୍ବୃତ୍ତକୁ ଯବାନମାନେ ଅଟକାଇଥିଲେ। ଏଥିରେ ସେ ଉତ୍‌କ୍ଷିପ୍ତ ହୋଇ ଯବାନମାନଙ୍କ ଉପରେ ଆକ୍ରମଣ କରିଥିଲା।

ଏହି ଘଟଣା ପରେ ରବିବାର‌ ଗୋରଖନାଥ ମନ୍ଦିରରେ ଚାପା ଉତ୍ତେଜନା ଲାଗି ରହିଥିଲା। ଅଭିଯୁକ୍ତ ଯୁବକ ସିପାହୀଙ୍କୁ ଧାରୁଆ ଅସ୍ତ୍ର ଦ୍ବାରା ଆକ୍ରମଣ କରିଥିଲା। ଅତର୍କିତ ଆକ୍ରମଣ ପରେ ଲୋକ ଘଟଣାସ୍ଥଳକୁ ପହଞ୍ଚିଥିଲେ। ଅନ୍ୟ ପୋଲିସ କର୍ମୀ ମଧ୍ୟ ଦୌଡ଼ି ଆସିଥିଲେ। ଆକ୍ରମଣକାରୀ ଯୁବକଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଲୋକଙ୍କର ମାଡ଼ରେ ଯୁବକ ଆହତ ହୋଇଥିଲା। ୨ ସିପାହୀ ସମେତ ଅଭିଯୁକ୍ତକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି |

Related Posts