ଏକ୍ସପ୍ରେସ ଚାଲିଲା ବେଳେ ଖୋଲା ରହିଲା ଫାଟକ, ୨ ସସପେଣ୍ଡ

ପୁରୀ- ଦାୟିତ୍ୱହୀନତାର ଚରମ ନିଦର୍ଶନ । ଟ୍ରାକରେ ଗଡୁଛି ଟ୍ରେନ ହେଲେ ଫାଟକରେ ପଡିନି ଗେଟ । ବିନା ସଙ୍କେତରେ ଶହ ଶହ ଲୋକଙ୍କ ଜୀବନକୁ ବାଜି ଲଗାଇ ଶେଷର ନିଲମ୍ବିତ ହୋଇଛନ୍ତି ଦୁଇ ରେଳ କର୍ମଚାରୀ ।

ପୁରୀ ମାଳତିପଡା ଖୋଲା ଫାଟକରେ ଆଜି ସକାଳେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ତପସ୍ୱିନୀ ଏକ୍ସପ୍ରେସ ଟ୍ରାକରେ ଚାଲୁଥିଲେ ବି ଫାଟକ କିନ୍ତୁ ପଡି ନଥିଲା । ଲୋକଙ୍କ ଜୀବନକୁ ଫୁ କରି ଅତି ବେପରୁଆ ଭାବରେ ରେଳ ଫାଟକ ଟିକୁ ଖୋଲା ଛାଡି ଦେଇଥିଲେ କର୍ମଚାରୀ । ତେବେ ଚାରିଟି ବିଭାଗର ପ୍ରାଥମିକ ତଦନ୍ତ ପରେ ଦୁଇ କର୍ମଚାରୀଙ୍କୁ ସସପେଣ୍ଡ କରାଯାଇଛି । ଲୋକୋ ପାଇଲଟ ଗୋବିନ୍ଦ ସାହୁ ଓ ସହକାରୀ ଉମେଶ କୁମାରଙ୍କୁ ନିଲମ୍ବନ କରିଛି ବିଭାଗ ।

Related Posts